ଓଡିଶା

odisha

ETV Bharat / state

ପରଟାରେ ଦେଖାଦେଲେ ମହାପ୍ରଭୁ ଜଗନ୍ନାଥ ! ପୂଜାର୍ଚ୍ଚନା କଲେ ପରିବାର - ମହାପ୍ରଭୁ ଜଗନ୍ନାଥଙ୍କ ମହିମା ଅପାର

କଟକ ପୋତା ପୋଖରୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଲୌକିକ ଘଟଣା । ଘର ତିଆରି ପରଟାରେ ଦେଖିବାକୁ ମିଳିଛି ମହାପ୍ରଭୁ ଜଗନ୍ନାଥଙ୍କୁ ! ଅଧିକ ପଢନ୍ତୁ

ପରଟାରେ ଦେଖାଦେଲେ ମହାପ୍ରଭୁ ଜଗନ୍ନାଥ
ପରଟାରେ ଦେଖାଦେଲେ ମହାପ୍ରଭୁ ଜଗନ୍ନାଥ

By

Published : Oct 19, 2022, 4:13 PM IST

କଟକ: କଥାରେ ଅଛି ଯାହାର ଭକ୍ତି ଯେଡେ ତାହାର ପ୍ରଭୁ ସେଡେ । ମହାପ୍ରଭୁ ଜଗନ୍ନାଥଙ୍କ ମହିମା ଅପାର । ଯିଏ ଭଗବାନଙ୍କୁ ଯେମିତି ପୂଜା କରେ ଭଗବାନ ତାଙ୍କୁ ସେମିତି ରୂପରେ ଦେଖାଦିଅନ୍ତି । କେତେବେଳେ କେଉଁ ରୂପରେ ଆଉ କେଉଁଠାରେ ଭଗବାନ ଦେଖା ଯାଆନ୍ତି ତାହା ଭଗବାନ ହିଁ ଜାଣନ୍ତି । ଏମିତି କିଛି ଅଲୌକିକ ଖବର ସାମ୍ନାକୁ ଆସିଛି କଟକ ପୋତା ପୋଖରୀ ଅଞ୍ଚଳରୁ ।

ପରଟାରେ ଦେଖାଦେଲେ ମହାପ୍ରଭୁ ଜଗନ୍ନାଥ

ଏହା ମଧ୍ୟ ପଢନ୍ତୁ: ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ, ମେଲାଣି ଦେଉଛନ୍ତି ଢେଙ୍କାନାଳବାସୀ

ପରଟାରେ ମହାପ୍ରଭୁ ଜଗନ୍ନାଥ । କଟକ ପୋତା ପୋଖରୀ ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି ଏହି ଅଲୌକିକ ଘଟଣା । ଜର୍ଣ୍ଣାଦନ ସ୍ୱାଇଁ ଓ ପତ୍ନୀ ସଂଘମିତ୍ରା ସ୍ୱାଇଁଙ୍କ ଘରେ ପରଟାରେ ଦେଖାଦେଇଛନ୍ତି ଜଗତର ନାଥ ଜଗନ୍ନାଥ । ବୁଧବାର ସକାଳେ ସଂଘମିତ୍ରା ସ୍ବାଇଁ ପରିବାର ଲୋକଙ୍କ ପାଇଁ ପରଟା ବନାଉଥିବା ସମୟରେ ହଠାତ ପରଟାରେ ମହାପ୍ରଭୁଙ୍କ ପ୍ରତିଛବି ଦେଖିଥିଲେ । ଏହାଦେଖି ସେ ଭାବବିହ୍ବଳ ହୋଇ ପରିବାର ଲୋକଙ୍କୁ ଜଣାଇଥିଲେ ।

ଭାବବିହ୍ବଳ ହୋଇ ପରଟାକୁ ଏକ ପିତ୍ତଳ ଥାଳିରେ ରଖି ଫୁଲ, ଚନ୍ଦନ, ତୁଳସୀ ଦେଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ଏହି ଖବର ପ୍ରଘଟ ହେବା ପରେ ଏହି ଅଲୌକିକ ଘଟଣା ଦେଖିବାକୁ ସଂଘମିତ୍ରାଙ୍କ ଘରକୁ ସ୍ଥାନୀୟଲୋକଙ୍କ ସୁଅ ଛୁଟୁଛି ।

ଏହାମଧ୍ୟ ପଢନ୍ତୁ: ରୁଟିରେ ଦର୍ଶନ ଦେଲେ ଜଗନ୍ନାଥ, ପୂଜାର୍ଚ୍ଚନା କଲେ ଲୋକେ

ସୂଚନାଯୋଗ୍ୟ ଯେ, ଗତ ଜୁନମାସରେ ଝାରସୁଗୁଡାରୁ ଏଭଳି ଏକ ଖବର ସାମ୍ନାକୁ ଆସିଥିଲା । ରୁଟି ତିଆରି କରୁ କରୁ ଦିଶିଥିଲା ଜଗନ୍ନାଥଙ୍କ ମୁହଁ । ଦର୍ଶନ କରିବାକୁ ସାହି ପଡିଶାଙ୍କ ଭିଡ଼ ଜମିଥିଲା । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା ଝାରସୁଗୁଡ଼ା ସହର ରେଳବାଇ କୋଲୋନୀ ନିକଟ ବାରଖୁଲି ବସ୍ତିର ନୃପତୀ ଭୋଇଙ୍କ ଘରେ ।

ମହାପ୍ରଭୁ ଜଗନ୍ନାଥଙ୍କ ମହିମା ଅପାର । କେତେବେଳେ ବୃକ୍ଷରେ ତ କେତେବେଳେ ଫଳରେ ତାଙ୍କର ପ୍ରତିଛବି ଦେଖାଯିବା ଖବର ଅନେକ ଶୁଣିଥିବେ । ସୂଚନା ଅନୁସାରେ ନୃପତୀଙ୍କ ବୋହୁ ମାନେ ରୁଟି ତିଆରି କଲାବେଳେ ରୁଟିରେ ଜଗନ୍ନାଥଙ୍କ ପ୍ରତିଛବି ଦେଖିବାକୁ ପାଇଥିଲେ । ଖବର ପାଇ ନୃପତୀଙ୍କ ଘରେ ରୁଟିରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ସାହି ପଡ଼ିଶାର ଅନେକ ଲୋକ ଆସି ରୁଣ୍ଡ ହୋଇଥିଲେ । ତେବେ ସତରେ କ'ଣ ଭଗବାନ ରୁଟିରେ ଦେଖାଦେଇଛନ୍ତି ନା ଏହା ଏକ ଘଟଣା ମାତ୍ର !

ଇଟିଭି ଭାରତ, କଟକ

ABOUT THE AUTHOR

...view details