ଓଡିଶା

odisha

ସିଲଭର ସିଟିର ସ୍କେଟିଂ କୋଚ ନିମିଶ, 10 ବର୍ଷର କୋଚିଂରେ ଅନେକ ଜାତୀୟ ଖେଳାଳି

By

Published : Sep 21, 2020, 5:23 PM IST

Updated : Sep 21, 2020, 5:38 PM IST

ବିନା କୌଣସି ସରକାରୀ ସହାୟତାରେ ବିନା ପାରିଶ୍ରମିକରେ କଟକରେ ଦୀର୍ଘ 10 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସ୍କେଟିଂ କୋଚିଂ ଦେଇ ଆସୁଛନ୍ତି କୋଚ ନିମିଶ ଶର୍ମା । ନିମିଶଙ୍କ ଠାରୁ ସ୍କେଟିଂ ଶିଖି ଅନେକ ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଲେଣି । ଏକାଧିକ ଖେଳାଳି ରାଜ୍ୟ ତଥା ଦେଶ ପାଇଁ ଅନେକ ଗୌରବ ମଧ୍ୟ ଆଣିଛନ୍ତି ।

story of nimish sharma who providing free skating coaching
ସିଲଭର ସିଟିର ନିଆରା ସ୍କେଟିଂ କୋଚ ନିମିଶ

କଟକ: ଓଡିଶା ଏବେ ଅନ୍ତର୍ଜାତୀୟ ତଥା ଜାତୀୟ ସ୍ତରୀୟ କ୍ରୀଡା ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରଥମ ପସନ୍ଦ । ରାଜ୍ୟ ସରକାର ମଧ୍ୟ ହକି, ଟେବୁଲଟେନିସ, ଫୁଟବଲ, ଆଥଲେଟିକ୍ସ ଭଳି ଏକାଧିକ କ୍ରୀଡା ଇଭେଣ୍ଟକୁ ସଫଳତାର ସହ ଆୟୋଜନ କରି ପ୍ରଂଶସାର ପାତ୍ର ହୋଇଛନ୍ତି । ଫଳରେ ଅଘୋଷିତ କ୍ରୀଡା କ୍ୟାପିଟାଲ ଭାବେ ଆଖ୍ୟା ପାଇଛି ଓଡିଶା । ଯାହାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ କ୍ରୀଡା ବିଭାଗକୁ ଯାଏ ।

ସିଲଭର ସିଟିର ନିଆରା ସ୍କେଟିଂ କୋଚ ନିମିଶ

ରାଜ୍ୟରେ ହକି, କ୍ରିକେଟ, ଫୁଟବଲ ଓ ଅନ୍ୟ କ୍ରୀଡାର ପ୍ରସାର ପାଇଁ ରହିଛି ବଡ଼ ବଡ଼ ଫ୍ଲାଟଫର୍ମ । ଯେଉଁଥିରେ ଅନେକ ପିଲା ଶିକ୍ଷା ଗ୍ରହଣ କରି ସାରା ବିଶ୍ୱରେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି । ମାତ୍ର ସ୍କେଟିଂ ଗେମ୍ ଉପରେ ସରକାରଙ୍କ ଶୁଭ ଦୃଷ୍ଟି ପଡିପାରିନି । ଫଳରେ ସ୍କେଟିଂ ଗେମର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ । ସ୍କେଟିଂ ଶିଖିବା ପାଇଁ ଉପଯୁକ୍ତ ପ୍ଲାଟଫର୍ମ ସମ୍ଭବ ହୋଇପାରିନି ।

ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି, ବିନା କୌଣସି ସରକାରୀ ସହାୟତାରେ ବିନା ପାରିଶ୍ରମିକରେ କଟକରେ ଦୀର୍ଘ 10 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସ୍କେଟିଂ କୋଚିଂ ଦେଇ ଆସୁଛନ୍ତି କୋଚ ନିମିଶ ଶର୍ମା । ନିମିଶଙ୍କ ଠାରୁ ସ୍କେଟିଂ ଶିଖି ଅନେକ ଖେଳାଳି ଜାତୀୟସ୍ତରରେ ପହଞ୍ଚିଲେଣି । ଏକାଧିକ ଖେଳାଳି ରାଜ୍ୟ ତଥା ଦେଶ ପାଇଁ ଅନେକ ଗୌରବ ମଧ୍ୟ ଆଣିଛନ୍ତି ।

ମାତ୍ର ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ଓ ଆନୁସଙ୍ଗିକ ସରଞ୍ଜାମର ଅଭାବ ସତ୍ତ୍ବେ ନିମିଶ, 2010ରୁ ମାଗଣାରେ ଆରମ୍ଭ କରିଥିବା ସ୍କେଟିଂ କୋଚିଂ ଜାରି ରଖିଛନ୍ତି । ଏଯାବତ ରାଜ୍ୟରେ ସ୍କେଟିଂ ଶିକ୍ଷା ପାଇଥିବା ପ୍ରାୟ 2000ରୁ ଊର୍ଦ୍ଧ୍ବ ପିଲା ସ୍କେଟିଂକୁ ନେଇ ନିଜର ପରିଚୟ ସୃଷ୍ଟି କଲେଣି । ମାତ୍ର କୋଚ ନିମିଶ କୌଣସି ସମ୍ମାନ କିମ୍ବା ପ୍ରୋତ୍ସାହନର ଅଧିକାରୀ ହୋଇପାରି ନାହାନ୍ତି ।

ସରକାର ଏହି କ୍ରୀଡା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି କୋଚ ନିମିଶ । ଅଭ୍ୟାସ ପାଇଁ ଭିତ୍ତିଭୁମି ଓ ପ୍ରୋତ୍ସାହନ ମିଳିଲେ ଆଗାମୀ ଦିନରେ ରାଜ୍ୟର ଅନେକ ଖେଳାଳି ରାଜ୍ୟ ପାଇଁ ମେଡାଲ ଜିତିବାରେ ସମର୍ଥ ହେବା ସହ ଗୌରବ ଆଣିପାରିବେ ବୋଲି ସେ କହିଛନ୍ତି ।

ସବୁ କ୍ରୀଡା ପରି ସ୍କେଟିଂ ଗେମ୍ ଉପରେ ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ପଡିଲେ, କ୍ରୀଡା ପ୍ରୋତ୍ସାହନରେ ଓଡିଶା ଆଉ ପାଦେ ଆଗକୁ ବଢିପାରିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ

Last Updated : Sep 21, 2020, 5:38 PM IST

ABOUT THE AUTHOR

...view details