ଓଡିଶା

odisha

ETV Bharat / state

ବଡ଼ମ୍ବା ହାତୀ ମୃତ୍ୟୁକୁ ନେଇ STFର ତନାଘନା - ଚନ୍ଦ୍ରଗିରି ଜଙ୍ଗଲରେ ହାତୀ ମାରି ପୋତାଯାଇଥିବା ସନ୍ଦେହ

ବଡମ୍ବା ରେଞ୍ଜ ଗୋପପୁର ସେକ୍ସନର ଚନ୍ଦ୍ରଗିରି ଜଙ୍ଗଲରେ ହାତୀ ମାରି ପୋତାଯାଇଥିବା ସନ୍ଦେହ କରି ଗୋପପୁର ରେଞ୍ଜରେ ପଶିଲେ STFର ୮ ଜଣିଆ ଟିମ । ଅଧିକ ପଢନ୍ତୁ

ବଡ଼ମ୍ବା ହାତୀ ମୃତ୍ୟକୁ ନେଇ STFର ତନାଘନା
ବଡ଼ମ୍ବା ହାତୀ ମୃତ୍ୟକୁ ନେଇ STFର ତନାଘନା

By

Published : Jun 2, 2022, 6:05 PM IST

କଟକ: ବଡମ୍ବା ବନବିଭାଗ ଗୋପପୁର ରେଞ୍ଜରେ ପଶିଲେ STFର ୮ ଜଣିଆ ଟିମ । ବଡମ୍ବା ରେଞ୍ଜ ଗୋପପୁର ସେକ୍ସନର ଚନ୍ଦ୍ରଗିରି ଜଙ୍ଗଲରେ ହାତୀ ମାରି ପୋତାଯାଇଥିବା ସନ୍ଦେହ କରାଯାଉଛି । ଏଥିରେ ୨ଟି ଜାଗା ଠାବ କରିଛି ଟିମ । ବିଶେଷ ସୂତ୍ରରୁ ଖବର ପାଇ STF SP ବିଳାସିନୀ ନାୟକଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ ବଡ଼ମ୍ବା ବନ ବିଭାଗର ଗୋପପୁର ରେଞ୍ଜର ଚନ୍ଦ୍ରଗିରି ପାହାଡ ପାଖରେ ପହଞ୍ଚିଥିଲେ ।

ବଡ଼ମ୍ବା ହାତୀ ମୃତ୍ୟକୁ ନେଇ STFର ତନାଘନା

ସେମାନଙ୍କ ସହିତ ବଡମ୍ବା ରେଞ୍ଜର ସୁରେଶ କୁମାର ଷଡଙ୍ଗୀ ଓ ବଡ଼ମ୍ବା BVO ମଧୁସୂଦନ ଦାସଙ୍କ ଉପସ୍ଥିତିରେ ଠାବ କରାଯାଇଥିବା ଦୁଇଟି ଜାଗାରୁ ଗୋଟିଏ ଜାଗାକୁ JCB ଦ୍ୱାରା ଖୋଳାଯାଇଥିଲା । ସରକାରୀ ସାକ୍ଷୀ ଭାବରେ ବଡମ୍ବା ତହସିଲର କନିଷ୍ଠ ରାଜସ୍ୱ ସହାୟକ(JRA) ଉପସ୍ଥିତ ଥିଲେ । ସେଠାରୁ ଏକ ହାତୀର ମୃତଦେହକୁ ପୋତାଯାଇଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details