ଓଡିଶା

odisha

ETV Bharat / state

ଓଟିଇଟି ତ୍ରୁଟି: ବୋର୍ଡ ଉପରେ ବର୍ଷିଲା ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ - board news

ଓଟିଇଟି ପରୀକ୍ଷା ତ୍ରୁଟି ବିରୋଧରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ । ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହୁଏ, ତେବେ ନବୀନ ନିବାସ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛି ଶିକ୍ଷକ ସଂଘ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Oct 19, 2019, 5:41 PM IST

କଟକ: ଥମୁନି ଓଟିଇଟି ବିବାଦ । ଓଟିଇଟି ପରୀକ୍ଷା ତ୍ରୁଟି ବିରୋଧରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ।

ଏନେଇ ଶନିବାର ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଶିକ୍ଷକ । ଏଥିସହିତ ବୋର୍ଡ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । ବୋର୍ଡ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁଁ ପରୀକ୍ଷାର୍ଥୀମାନେ କାହିଁକି ଏହାର ଦଣ୍ଡ ଭୋଗିବେ ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଗ୍ରେସ ମାର୍କ ପ୍ରଦାନ କରିବାକୁ ଦାବି କରିଛି ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ । ବାରମ୍ବାର ହେଉଥିବା ଏଭଳି ତ୍ରୁଟିର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହୁଏ, ତେବେ ନବୀନ ନିବାସ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛି ଶିକ୍ଷକ ସଂଘ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details