କଟକ: ଜବାହରଲାଲ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଆରମ୍ଭ ହୋଇଛି ୩୫ତମ ରାଜ୍ୟ ଟାଇକୋଣ୍ଡ ଚାମ୍ପିୟନସିପ୍ । ଏହି ଖେଳରେ ୨୪ଟି ଜିଲ୍ଲାରୁ ମୋଟ ୯୧୨ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି । ୫୯୪ ପୁରୁଷ ଓ ୩୧୮ ମହିଳା ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଯେଉଁ ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତିବେ, ସେମାନେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦେଇଛି ରାଜ୍ୟ ଟାଇକୋଣ୍ଡ ସଙ୍ଘ ।
ଆସନ୍ତା ଫେବୃଆରୀ ୩ ତାରିଖରୁ ବିଶାଖାପାଟଣାରେ ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତା ଖେଳାଯିବ । ଏହା ପୂର୍ବରୁ କଟକ ସ୍ଥିତ ଜବାହରଲାଲ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ରାଜ୍ୟ ଟାଇକୋଣ୍ଡ ଚାମ୍ପିୟନସିପ୍ ଆରମ୍ଭ ହୋଇଛି । ତେବେ ରାଜ୍ୟର ଖେଳାଳିମାନେ ଟାଇକୋଣ୍ଡ କ୍ରୀଡାରେ ଜାତୀୟସ୍ତରରେ ଅନେକ ବର୍ଷ ଧରି ଭଲ ପ୍ରଦର୍ଶନ କରିବାରୁ ବିଫଳ ହେଉଛନ୍ତି । ତେଣୁ ଏହି ମେଗା ଆୟୋଜନ ତୃଣମୂଳସ୍ତରରୁ ଅନେକ ପ୍ରତିଭା ମଧ୍ୟ ଚୟନ କରିବ, ଯେଉଁମାନେ ଆଗମୀ ଦିନରେ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିପାରିବେ ବୋଲି କହିଛି ରାଜ୍ୟ ଟାଇକୋଣ୍ଡ ସଙ୍ଘ ।