କଟକ: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଦ୍ବିତୀୟ ରାଜ୍ଯ ଆନ୍ତଃଜିଲ୍ଲା ଫେନସିଂ(ଅଶୀଚାଳନା) ଚମ୍ପିୟନସିପ୍ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଚମ୍ପିୟନସିପରେ 13ଟି ଜିଲ୍ଲାରୁ 200ରୁ ଊର୍ଦ୍ଧ୍ଵ ଖେଳାଳୀ ଭାଗ ନେଇଛନ୍ତି । ଏଥିରୁ ଜାତୀୟ ଫେନସିଂ ଚମ୍ପିୟନସିପ୍ ପାଇଁ ଓଡ଼ିଶା ଟିମ୍ ଚୟନ କରାଯିବ ବୋଲି କହିଛନ୍ତି ରାଜ୍ୟ ଫେନସିଂ କ୍ରୀଡା ସମ୍ପାଦକ । କଟକରେ ଆରମ୍ଭ ହୋଇଥିବା ଚମ୍ପିଆନ୍ସିପରେ ବାଳକ, ବାଳିକା, ପୁରୁଷ ଓ ମହିଳା ଖେଳାଳି ଅଂଶଗ୍ରହଣ କରିଛନ୍ତି । ଏହି ଚମ୍ପିଆନ୍ସିପ ତିନି ଦିନ ଧରି ଆୟୋଜିତ ହେବ ।
ପୂର୍ବରୁ ରାଜ୍ୟର 6ଟି ଜିଲ୍ଲାରେ ଏହି ଫେନସିଂ ବା ଅଶୀଚାଳନା ଖେଳ ହେଉଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ପାଇଁ ଏହି ଖେଳ 13ଟି ଜିଲ୍ଲାକୁ ପ୍ରସାରିତ ହୋଇ ସାରିଲାଣି । ଏହି ଚମ୍ପିଆନ୍ସିପରୁ ସବ୍-ଜୁନିୟର, ଜୁନିୟର ଓ ସିନିୟର ବର୍ଗର ଶ୍ରେଷ୍ଠ ଖେଳାଳିଙ୍କୁ ଚୟନ କରାଯିବ । ପରେ ଅଲଗା ଅଲଗା ଭାବେ ସବ୍ଜୁନିୟର, ଜୁନିୟର ଓ ସିନିୟର ଟିମର ପ୍ରସ୍ତୁତି ଶିବିର ଅନୁଷ୍ଠିତ ହେବ । ପରେ ଓଡ଼ିଶାର ଖେଳାଳିମାନେ ଡିସେମ୍ବର ଓ ଜାନୁଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଫେନସିଂ ଚମ୍ପିଆନ୍ସିପରେ ଓଡ଼ିଶାର ପ୍ରତିନିଧିତ୍ବ କରିବେ ।
ଏହାମଧ୍ୟ ପଢନ୍ତୁ: World Cup 2023: ଆଜି ଇଂଲଣ୍ଡ-ଆଫଗାନିସ୍ତାନ ଭେଟ, ଦ୍ବିତୀୟ ବିଜୟ ଲକ୍ଷ୍ୟରେ ବଟଲର ବାହିନୀ