ଓଡିଶା

odisha

ETV Bharat / state

ଛାତ୍ରଛାତ୍ରୀଙ୍କୁ ଆଇନ ସମ୍ବନ୍ଧରେ ସଚେତନ କରିବ ରାଜ୍ୟ ଆଇନସେବା ପ୍ରାଧିକରଣ - ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରି ଛାତ୍ରଛାତ୍ରୀ ମାନଙ୍କୁ ଆଇନ ବିଷୟରେ ସଚେତନ କରାଯିବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 27, 2019, 8:53 PM IST

କଟକ: ଛାତ୍ରଛାତ୍ରୀଙ୍କୁ ଆଇନ ବିଷୟରେ ସଚେତନ କରିବ ରାଜ୍ୟ ଆଇନସେବା ପ୍ରାଧିକରଣ । ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରି ଛାତ୍ରଛାତ୍ରୀ ମାନଙ୍କୁ ଆଇନ ବିଷୟରେ ସଚେତନ କରାଯିବ । ଗତ ବର୍ଷ ଠାରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପ୍ରତି ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ ନେଇ ଆସନ୍ତାକାଲି ପୁନର୍ବାର ଏକ ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ଛାତ୍ରଛାତ୍ରୀ ମାନଙ୍କୁ ଆଇନ ବିଷୟରେ ସଚେତନା କରାଯିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଆଇନ ସେବା ପ୍ରାଧିକରଣର ପ୍ରମୁଖ ସଚିବ ଦେବାଶିଷ ନାୟକ ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details