ଓଡିଶା

odisha

ETV Bharat / state

ମାସେ ମଧ୍ୟରେ କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ତଦନ୍ତ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ଏସଆଇଟି ଟିମ

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ 4 ସପ୍ତାହ ମଧ୍ୟରେ ଶେଷ କରି ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ସେପ୍ଟେମ୍ବର 4 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Aug 2, 2019, 5:59 PM IST

କଟକ: ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ 4 ସପ୍ତାହ ମଧ୍ୟରେ ଶେଷ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କୁ ହାଇକୋର୍ଟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଘଟଣାର ସ୍ପେଶାଲ ଇନଭେଷ୍ଟିଗେସନ ଟିମ(SIT) ତଦନ୍ତ ଲାଗି ମଧ୍ୟ କୋର୍ଟ ପ୍ରସ୍ତାବ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆବେଦନକାରୀ ଖାରବେଳ ସ୍ବାଇଁଙ୍କ ଆବେଦନରେ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟରେ ସନ୍ତୁଷ୍ଟ ନହେଲେ ଏସଆଇଟି ଗଠନ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଯେଉଁଥିରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ଏଜେନ୍ସି ଅଧିକାରୀଙ୍କୁ ନେଇ ଏସଆଇଟି ଟିମ ଗଠନ କରିବାକୁ କୋର୍ଟ ପ୍ରସ୍ତାବ ଦେଇଛନ୍ତି ।

ଏଥିପାଇଁ ଆବେଦନକାରୀ 6 ଜଣଙ୍କ ନାମ ସୁପାରିସ କରିପାରିବେ। ସେଥିମଧ୍ୟରୁ କୋର୍ଟ 3 ଜଣଙ୍କୁ ମନୋନୀତ କରିବେ। ଯେଉଁଥିରେ 2 ଜଣ କେନ୍ଦ୍ରୀୟ ଏଜେନ୍ସି ଅଧିକାରୀ ଓ ଜଣେ ରାଜ୍ୟ ଏଜେନ୍ସି ଅଧିକାରୀ ରହିପାରିବେ ବୋଲି କୋର୍ଟ ଆଜି ସ୍ପଷ୍ଟ କରିଛନ୍ତି। ଆସନ୍ତା ସେପ୍ଟେମ୍ବର 4 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details