ଓଡିଶା

odisha

ETV Bharat / state

ଟ୍ୟୁସନ ଫି' ଛାଡ କରିବାକୁ ରାଜ୍ୟ ସରକାରଙ୍କ ସୁପାରିଶ - state government's recommendation to waive tuition fees

କୋରୋନା ପାଇଁ ୭ଟି ସ୍ଲାବରେ ଫି' ଛାଡ ପାଇଁ ରାଜ୍ୟ ସରକାର, ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଟ୍ୟୁସନ ଫି' ଛାଡ କରିବାକୁ ରାଜ୍ୟ ସରକାରଙ୍କ ସୁପାରିଶ
ଟ୍ୟୁସନ ଫି' ଛାଡ କରିବାକୁ ରାଜ୍ୟ ସରକାରଙ୍କ ସୁପାରିଶ

By

Published : Sep 29, 2020, 6:15 PM IST

କଟକ: ସ୍କୁଲ ଫି' ପ୍ରତ୍ୟାହାର ପ୍ରସଙ୍ଗରେ ହାଇକୋର୍ଟ ଆଜି (ସୋମବାର) ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ତେବେ ଟ୍ୟୁସନ ଫି' ଛାଡ ପାଇଁ ରାଜ୍ୟ ସରକାର ସୁପାରିଶ କରିଛନ୍ତି। କୋଭିଡ ପାଇଁ ୭ ଟି ସ୍ଲାବରେ ଫି' ଛାଡ ପାଇଁ ରାଜ୍ୟ ସରକାର, ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ଟ୍ୟୁସନ ଫି' ଶୁନ ରୁ ୨୬ % ଛାଡ଼ କରିବାକୁ ସୁପାରିଶ କରାଯାଇଛି।

ସ୍କୁଲ ଫି' ୬ ହଜାର ଯାଏ ନେଉଥିଲେ ଟ୍ୟୁସନ ଫି' ଛାଡ଼ ହେବ ନାହିଁ। ୬୦୦୧ ରୁ ୧୨ ହଜାର ନେଉଥିଲେ ୭.୫% ଫି' ଛାଡ଼ ପାଇଁ ସୁପାରିଶ କରାଯାଇଛି । ୧୨,୦୦୧ ରୁ ୨୪ ହଜାର ନେଉଥିଲେ ୧୨ % ଛାଡ଼ ପାଇଁ ସୁପାରିଶ କରାଯାଇଛି । ୨୪,୦୦୧ ରୁ ୪୮ ହଜାର ନେଉଥିଲେ ୧୫% ଫି' ଛାଡ ହେବ ।

ସେହିପରି ୪୮,୦୦୧ ରୁ ୭୨ ହଜାର ନେଉଥିଲେ ୨୦% ଫି' ଛାଡ କରାଯିବ। ୭୨,୦୦୧ ରୁ ୧ ଲକ୍ଷ ନେଉଥିଲେ ୨୫ ପ୍ରତିଶତ ଛାଡ ହେବ । ବାର୍ଷିକ ୧ ଲକ୍ଷରୁ ଅଧିକ ସ୍କୁଲ ଫି' ନେଉଥିଲେ ୨୬% ଛାଡ ହେବ। ସେହିପରି ୩୦ ପ୍ରତିଶତ ହଷ୍ଟେଲ ଫି' ଛାଡ଼ କରିବାକୁ ମଧ୍ୟ ସୁପାରିଶ କରାଯାଇଛି।

ତେବେ ଯେଉଁ ସ୍କୁଲ ଗତ ୨ ବର୍ଷ ଫି' ବୃଦ୍ଧି କରିନଥିବେ ସେହି ସ୍କୁଲରେ ଟ୍ୟୁସନ ଫି' ଛାଡ କରାଯିବ ନାହିଁ ବୋଲି ରିପୋର୍ଟରେ ସରକାର ଦର୍ଶାଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details