କଟକ: ଦେଶରେ ଜାରି ରହିଛି ଲକ ଡାଉନ,ଘରୁ ବାହାରିବା ଉପରେ ଲଗାଯାଇଛି କଟକଣା । ଯାହାର ପ୍ରଭାବ ମଧ୍ୟ କ୍ରୀଡା ଜଗତ ଉପରେ ପଡିଛି । ବାହାର ଗ୍ରାଉଣ୍ଡରେ ଖେଳିବାକୁ ମନା କରାଯାଇ ଥିବାରୁ ଘରେ ରହି ଅଭ୍ୟାସ ଜାରି ରଖିଛନ୍ତି ଅନେକ ଖେଳାଳୀ । ଏ ହେଉଛନ୍ତି ଅନ୍ତର୍ଜାତୀୟ ଆଥଲେଟ ପାର୍ବତୀ ସେଠୀ , ଡିଷ୍କ୍ସସ ,ସଟଫୁଟ ଓ ହେମର ଥ୍ରୋରେ ଦେଶ ପାଇଁ ଆଣିଛନ୍ତି ଅନେକ ସଫଳତା । ଆଗକୁ ଅନେକ ଟପ ମ୍ୟାଚ ଥିଲେ ମଧ୍ୟ ଲକ ଡାଉନ ପାଇଁ ପଡିଆରେ ଅଭ୍ୟାସ କରି ପାରୁ ନାହାନ୍ତି । ତଥାପି ମନୋବଳକୁ ଦୃଢ ରଖି ଘରେ ରିତିମତ କରୁଛନ୍ତି ଅଭ୍ୟାସ ।
କ୍ରୀଡ଼ା ଜଗତକୁ କୋରୋନା କଷ୍ଟ, ତଥାପି ହାରିନି ଆଥଲେଟ
କ୍ରୀଡ଼ା ଜଗତ ଉପରେ କୋରୋନାର ପ୍ରଭାବ । ଘରେ ରହି ଜୋରଦାର ପ୍ରସ୍ତୁତି କରୁଛନ୍ତି କ୍ରୀଡ଼ାବିତ । ଆଗକୁ ଅନେକ ବଡ଼ ମୁକାବିଲା ଥିବାରୁ ମନରେ ରହିଛି ଅନେକ ଆଶା ଓ ଜିତିବାର ବିଶ୍ୱାସ । ଅଧିକ ପଢନ୍ତୁ....
ସେହିପରି,ଓଡିଶା ଟିମର ଆଉ ଜଣେ ଚିହ୍ନା ଚେହେରା ହେଉଛନ୍ତି ସୂର୍ଯ୍ୟକାନ୍ତ ପ୍ରଧାନ । ପୂର୍ବରୁ ଖୋଲା ମୈଦାନରେ ଅଭ୍ୟାସ ଓ ମ୍ୟାଚ ଜାରି ରହିଥିଲା । ହେଲେ ଏବେ ଫାଙ୍କା ପଡିଛି ବାରବାଟୀ ଗ୍ରାଉଣ୍ତ । ନା ଲକଡାଉନ ପାଇଁ କୈଣସି ମ୍ୟାଚ ହେଉଛି ନା ଟୁର୍ଣ୍ଣାମେଣ୍ଟ । ତେବେ ଘରେ ରହି ପ୍ରାର୍କଟିସ ଜାରି ରଖିଛନ୍ତି ସେ । କୋରୋନା ମହାମାରୀ ଯିବା ପରେ ଅନେକ ମ୍ୟାଚ ଖେଳିବାକୁ ଥିବା ବେଳେ ଜୋରଦାର ପ୍ରସ୍ତୁତି କରୁଛନ୍ତି । କାରଣ ଆଗକୁ ବି ଅନେକ ବଡ଼ ମୁକାବିଲା ଥିବାରୁ ମନରେ ରହିଛି ଅନେକ ଆଶା ଓ ଜିତିବାର ବିଶ୍ୱାସ । ମହାମାରୀର ଭୟ ଦୂରେଇ ଗଲା ପରେ ପୁଣି ମଇଦାନକୁ ଓହ୍ଲାଇବେ ଏଇ ଖେଳାଳୀ । ଆଉ ବାରବାଟୀ ଗ୍ରାଉଣ୍ତରେ ହେବ ପୂର୍ବପରି ମ୍ୟାଚ ଓ ଅଭ୍ୟାସ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ