ନିଆଳି: ସମାନ କାମକୁ ସମାନ ଦରମା ଦାବି । ଏନେଇ ଗତକାଲି ଫୁଲନଖରାସ୍ଥିତ ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା କ୍ରୀଡା ଶିକ୍ଷକ ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୧୩ ମସିହାରେ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ନିଯୁକ୍ତି ପାଇଥିବା ୨୩୦୦ ଶିକ୍ଷକ ସେମାନଙ୍କ ଦାବି ଜଣାଇଥିଲେ।
ତେବେ ସରକାର କ୍ରୀଡା ହବ୍ ଓ କ୍ରୀଡ଼ା ଉପରେ ଗୁରୁତ୍ଵ ଦେଉଥିବା ବେଳେ ୨୦୧୩ ରୁ ୨୦୧୮ ମସିହା ଭିତରେ କ୍ରୀଡ଼ା ଶିକ୍ଷକ ମହାସଂଘ ବିଭିନ୍ନ ଦାବି କରିଆସୁଛି । ସେଥି ମଧ୍ୟରୁ ସରକାର କିଛି ଅଂଶରେ ପୂରଣ କରିଥିବା ବେଳେ ଅଦ୍ୟାବଧି ୫୪୫୨ ଟଙ୍କା ଦରମା ନେଇ ପରିବାର ଭରଣ ପୋଷଣ କରିବା ବହୁ କଷ୍ଟ ଦାୟକ ବୋଲି କ୍ରୀଡା ଶିକ୍ଷକ ସମ୍ମିଳନୀରେ ଅଭିଯୋଗ କରିଥିଲେ । ସେହିପରି 2018 ନୂତନ ଶିକ୍ଷାନୀତିରେ କ୍ରୀଡ଼ା ଶିକ୍ଷକ ମାନଙ୍କୁ କ୍ୟାଡର୍ ଭୁକ୍ତ କରାଯାଇ ଚାକିରି ନିୟମିତ କରାଯିବ ବୋଲି ସରକାର ମିଥ୍ୟା ପ୍ରତିଶୃତି ଦେଉଛନ୍ତି । ସମାନ କାମ କରି ଚାକିରି ନିୟମିତ ହୋଇଥିବା ଜଣେ କ୍ରୀଡା ଶିକ୍ଷକ ମାସକୁ ୪୫ ହଜାର ଟଙ୍କା ଦରମା ପାଉଥିବା ବେଳେ ଆମକୁ ମାତ୍ର ୫୪୫୨ ଟଙ୍କା ଦିଆଯାଉଛି ବୋଲି ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ- ଆଦିବାସୀ ମାନ୍ୟତା ଦାବି, କଳା ଦିବସ ପାଳନ କଲା ଓଡ଼ିଶା କୁଡୁମୀ ସେନା