ଓଡିଶା

odisha

ETV Bharat / state

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ: କଟକରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ଆକର୍ଷଣ ସାଜିବ ବାଲୁକାକଳାରେ ରାମ ମନ୍ଦିର

Ram Temple Inauguration: ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ରାମ ମନ୍ଦିରର ବାଲୁକାକଳା ନିର୍ମାଣ କରିବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହାସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 17, 2024, 8:58 PM IST

spiritual programme in cuttack
କଟକରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

କଟକରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

କଟକ:ଆସନ୍ତା 22ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଅଯୋଧ୍ୟାରେ ହେବାକୁ ଯାଉଥିବା ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ରାମ ମନ୍ଦିରର ବାଲୁକାକଳା ନିର୍ମାଣ କରିବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । କଟକ ରାଜବଗିଚା ସ୍ଥିତ କାଠଯୋଡ଼ି ରିସର୍ଟସ ପକ୍ଷରୁ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହେବାକୁ ଯାଉଛି। ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ 15 ଫୁଟ ଉଚ୍ଚତା ବିଶିଷ୍ଟ ଅଯୋଧ୍ୟା ରାମ ମନ୍ଦିର ସଦୃଶ ବାଲୁକା କଳା ତାଙ୍କ ସହଯୋଗୀମାନଙ୍କୁ ନେଇ ନିର୍ମାଣ କରିବେ। ଏହା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି। ଏଥି ସହିତ 5ଶହ ବ୍ରାହ୍ମଣଙ୍କ ଦ୍ଵାରା ଯଜ୍ଞ ଓ ବେଦପାଠ ଆଦି କରାଯିବ।

ସୂଚନା ଅନୁସାରେ, ଯଜ୍ଞ ଆରମ୍ଭରେ ସହର ଓ ଏହାର ଆଖପାଖ ଅଞ୍ଚଳରୁ 4 ହଜାର ମହିଳାଙ୍କୁ ନେଇ କଳସ ଶୋଭାଯାତ୍ରା ହେବ। ଏଥିରେ ଓଡିଶାର ପାରମ୍ପରିକ ବାଦ୍ୟ ସହିତ ମହାରାଷ୍ଟ୍ରର ପ୍ରସିଦ୍ଧ ଢୋଲକ ସାମିଲ ହେବ। ଦିନ ତମାମ 30 ହଜାର ଭକ୍ତଙ୍କୁ ଅନ୍ନଦାନ ସାଙ୍ଗକୁ ବସ୍ତ୍ରଦାନ ଓ ହନୁମାନ ଚାଳିଶା ଦାନ ଆଦି କାର୍ଯ୍ୟକ୍ରମ କରାଯିବ। ଏହି ଅବସରରେ ଆୟୋଜକ ତଥା ଯୁବ ଗୀତିକାର ସୁବାଷ କୁମାର ବେହେରାଙ୍କ ଲିଖିତ ରାମ କଥା ସଙ୍ଗୀତ ୟୁଟୁବ ଚାନେଲର ଉନ୍ମୋଚନ ମଧ୍ୟ କରାଯିବ। ଏହି କାର୍ଯ୍ୟକ୍ରମରେ ସହର ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ବୁଦ୍ଧିଜୀବୀ ସାଧୁ ସନ୍ଥ ଯୋଗ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଆଇନଜୀବୀ ଆଲୋକ ମହାପାତ୍ର ଓ ସୁବାଷ କୁମାର ବେହେରା ସଙ୍ଗୀତ ନିର୍ଦ୍ଦେଶକ ବବଲୁ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ...ମନ ମୋହୁଛି ରାମାୟଣ ଶାଢ଼ୀ, ଦେବୀ ସୀତାଙ୍କ ପାଇଁ ସ୍ବତନ୍ତ୍ର ସିଲ୍କ ବସ୍ତ୍ର, ୧୩ ଭାଷାରେ ଲେଖା ଯାଇଛି ଜୟ ଶ୍ରୀରାମ

ଏନେଇ ଆୟୋଜକ କରିଛନ୍ତି, "ସକାଳ ୮ଟା ସମୟରେ କଳସ ମହାଶୋଭାଯାତ୍ରାର ଆୟୋଜନ ହେବ । ଯାହାକି ଦେବୀଗଡ଼ାରୁ ବାହାରିବ । ଯେଉଁଥିରେ ୪-୫ହଜାର ମହିଳା ସାମିଲ ରହିବେ । ଶୋଭାଯାତ୍ରା ସମୟରେ ପୋଲିସରୁ ଆରମ୍ଭ କରି ଆଇନଜୀବୀ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ରହିବେ । ଘାତ ପ୍ରତିଘାତ ଭିତରେ ମନ୍ଦିର ନିର୍ମାଣ ହୋଇଛି । ପୂର୍ବରୁ ଏହି ମନ୍ଦିର ନିର୍ମାଣ ପାଇଁ ବିବାଦ ରହିଥିଲା । ଅନେକ ଲୋକ ଶହୀଦ ମଧ୍ୟ ହୋଇଛନ୍ତି। ଶେଷରେ ରାମ ମନ୍ଦିର ନିର୍ମାଣ ସମ୍ଭବ ହୋଇପାରିଛି । ଯାହାର ଉତ୍ସବ ଦେଶବାସୀ ମନାଉଛନ୍ତି । ତେଣୁ ଆମେ ମଧ୍ୟ ଆମର ସକ୍ଷମ ଅନୁସାରେ, ଏଭଳି ଆୟୋଜନ କରିଛୁ ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details