ଓଡିଶା

odisha

ETV Bharat / state

ଅନଲାଇନ ପାଠପଢ଼ା ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ! - online education

କରୋନା ପାଇଁ ସ୍କୁଲ କଲେଜ ତଥା ଶିକ୍ଷାନୁଷ୍ଠାନ ବନ୍ଦ । ଘରେ ରହି ପାଠ ପଢିବେ ଛାତ୍ରଛାତ୍ରୀ । ଅନଲାଇନ ଯୋଗେ ପାଠ ବି ପଢୁଛନ୍ତି ଛାତ୍ରଛାତ୍ରୀ । ତେବେ ଅନଲାଇନରେ କେମିତି ପାଠପଢ଼ା ଚାଲିଛି ? ଏହା ଦ୍ବାରା ଛାତ୍ରଛାତ୍ରୀମାନେ କେତେ ଉପକୃତ ହେଉଛନ୍ତି ? ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ ...

ଅନଲାଇନ  ପାଠପଢ଼ା ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା !
ଅନଲାଇନ ପାଠପଢ଼ା ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା !

By

Published : Jul 10, 2020, 2:47 PM IST

କଟକ: କୋରୋନା ପାଇଁ ସ୍କୁଲ, କଲେଜ ତଥା ଶିକ୍ଷାନୁଷ୍ଠାନରେ ପାଠପଢ଼ା ପାଇଁ କଟକଣା ଲାଗୁ ହେବା ପରେ ଅନଲାଇନ ଯୋଗେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଏମିତିକି ଏବେ ଅନଲାଇନରେ ପାଠ ପଢିବା ପାଇଁ ପରମ୍ପରା ମଧ୍ୟ ଆରମ୍ଭ ହୋଇଗଲାଣି । ତେବେ ଏହା ଛାତ୍ରଛାତ୍ରୀଙ୍କ ପାଇଁ ଏହା କେତେ ଲାଭ ଦାୟକ ହେଉଛି,ସେନେଇ ବାସ୍ତବ ଚିତ୍ର ପରଖିଛି ଇଟିଭି ଭାରତ ।

ଅନଲାଇନ ପାଠପଢ଼ା ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା !

କଟକ ଚହଟା ଅଞ୍ଚଳର ଆୟୁଷ ପାତ୍ର । ଆୟୁଷ ଏବର୍ଷ ମାଟ୍ରିକ ପରୀକ୍ଷା ଦେବେ । ଅନଲାଇନରେ ପାଠପଢା ତାଙ୍କ ପାଇଁ ସତେ ଯେପରି ସାତ ସପନ ପାଲଟିଛି । କାରଣ ତାଙ୍କ ବାପାଙ୍କର ଆର୍ଥିକ ଅବସ୍ଥା ସେତିକି ଭଲ ନାହିଁ । ଗୋଟିଏ ଭଲ ମୋବାଇଲ କିଣି ଅନଲାଇନରେ ପାଠ ପଢିବା ତାଙ୍କ ପାଇଁ ସମ୍ଭବ ପର ନୁହେଁ । ଏଭଳି ସ୍ଥିତିରେ ଅନେକ ସମୟରେ ତାଙ୍କ ସାଙ୍ଗମାନଙ୍କ ଘରକୁ ଯାଇ ପାଠ ପଢ଼ିଥାଆନ୍ତି ଆୟୁଷ । ମାତ୍ର ଲକଡାଉନ ଓ ସଟଡାଉନ କଟକଣା ଯୋଗୁଁ ସବୁଦିନ ସାଙ୍ଗ ଘରକୁ ଯାଇ ପାଠ ପଢିବା ସମ୍ଭବ ପର ହେଉନାହିଁ । କେବେ ସ୍ବାଭାବିକ ହେବ ଆଉ ସ୍କୁଲ ଖୋଲିବ ସେ ସମୟକୁ ଅନାଇ ବସିଛନ୍ତି ଆୟୁଷ । କେବଳ ସେତିକି ନୁହେଁ ଯେଉଁମାନେ ଅନଲାଇନ ରେ ବି ପାଠ ପଢୁଛନ୍ତି ,ସେମାନେ ବି ଅନଲାଇନରୁ ସଠିକ ଭାବେ ଶିକ୍ଷା ପାଉ ନାହାଁନ୍ତି । କେତେବେଳେ ଇଣ୍ଟରନେଟ ସମସ୍ୟା ହେଉଛି ତ ଆଉ କେତେବେଳେ କିଛି ପ୍ରଶ୍ନ ପଚାରିଲେ ଠିକ ସେ ଉତ୍ତର ମିଳୁନାହିଁ ।

ଅନ୍ୟପଟେ ଅନଲାଇନରେ ପାଠପଢ଼ାକୁ ନାପସନ୍ଦ କରିଛନ୍ତି ଅବିଭାବକ । ଏହା ଦ୍ବାରା ଶିକ୍ଷକ ଏବଂ ଛାତ୍ର ମଧ୍ୟରେ ଠିକ ଭାବରେ ପାଠକୁ ନେଇ ଆଲୋଚନା ହୋଇ ପାରୁ ନାହିଁ । ଏହା ମାଧ୍ୟମରେ ଶିକ୍ଷକମାନେ ନାଁ କୌଣସି ହୋମ ୱାର୍କ ଦେଇପାରିବେ ନାଁ ଛାତ୍ରଛାତ୍ରୀଙ୍କ ଡାଉଟ କ୍ଲିଅର କରି ପାରିବେ । ତେବେ ଏହାର ବିକଳ୍ପ ବାହାରିବା ଆବଶ୍ୟକ ବୋଲି ଅବିଭାବକ ମତ ଦେଇଛନ୍ତି । ସେହିପରି ଏହା କେବଳ ଭଲ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ । ମାତ୍ର ଆଭରେଜ ଛାତ୍ରଛାତ୍ରୀ ଏହାଦ୍ବାରା ଲାଭବାନ ହେବେ ନାହିଁ ବୋଲି ସ୍କୁଲ ଶିକ୍ଷକ କହିଛନ୍ତି ।

ତେବେ କୋରୋନା ପ୍ରଭାବରେ ପ୍ରଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା । ଏହା ଯଦି ନିୟନ୍ତ୍ରଣ ନ ହୁଏ ତେବେ ଅନେକ ଛାତ୍ରଛାତ୍ରୀଙ୍କ ସୁନେଲୀ ସ୍ବପ୍ନ ଅନ୍ଧାର ଭିତରକୁ ଠେଲି ହୋଇଯିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details