ଓଡିଶା

odisha

ETV Bharat / state

ଦଲାଲ ମୁକ୍ତ ହେବ SCB, ଗଠନ ହେଲା ସ୍ୱତନ୍ତ୍ର ସ୍କ୍ୱାର୍ଡ - ସ୍ବାସ୍ଥ୍ୟ ବିଭାଗ

ଏସସିବି ବଡ଼ ମେଡିକାଲ ହେବ ଦଲାଲ ମୁକ୍ତ । ଏନେଇ ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଦଲାଲ ମୁକ୍ତ ଏସିବି ପାଇଁ ଗଠନ ହେଲା ସ୍ୱତନ୍ତ୍ର ସ୍କ୍ୱାର୍ଡ
ଦଲାଲ ମୁକ୍ତ ଏସିବି ପାଇଁ ଗଠନ ହେଲା ସ୍ୱତନ୍ତ୍ର ସ୍କ୍ୱାର୍ଡ

By

Published : Oct 28, 2022, 1:39 PM IST

କଟକ: ଏସିବି ମେଡିକାଲ ହେବ ଦଲାଲ ମୁକ୍ତ । ଏନେଇ ଗତକାଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶ । ଢୋଲ ଭିତରେ ମୂଷା ପରି ନିରୀହ ରୋଗୀଙ୍କୁ ଦିନ ରାତି ଲୁଟି ଚାଲୁଛନ୍ତି ଦଲାଲ । ବାରମ୍ବାର ଏମାନଙ୍କୁ ଗିରଫ କରିବା ସତ୍ତ୍ବେ ପୁଣି ସକ୍ରିୟ ହେଉଥିଲେ ଏସସିବି ମେଡିକାଲରେ ନିୟୋଜିତ ଘରୋଇ ସଂସ୍ଥାର ଦଲାଲମାନେ । ଏନେଇ ବିଭାଗୀୟ ନିର୍ଦ୍ଦେଶ ଆଧାରରେ ଏସିବି ପକ୍ଷରୁ ଗଠନ ହୋଇଛି ସ୍ବତନ୍ତ୍ର ଅନ୍ତରୀଣ ସ୍କ୍ବାର୍ଡ । ଯେଉଁ ଟିମ ନଜର ରଖିବ ମେଡିକାଲର ସବୁ ବିଭାଗ ଉପରେ ।

ଦଲାଲ ମୁକ୍ତ ଏସିବି ପାଇଁ ଗଠନ ହେଲା ସ୍ୱତନ୍ତ୍ର ସ୍କ୍ୱାର୍ଡ

ତେବେ ବିଶେଷ କରି ମେଡିସନ ଓ କାଜୁଆଲଟି ଓ ଅନ୍ୟାନ୍ୟ ବିଭାଗ ଯେଉଁଠାରେ ଅଧିକ ସଂଖ୍ୟକ ରୋଗୀ ଭର୍ତ୍ତି ହୋଇଥାନ୍ତି । ଯେଉଁଟି ବି ଦଲାଲ ରୋଗୀ ମାନଙ୍କ ସହ ଅଭିଯୋଗ ଆସିବ କିମ୍ବା ନଜର ରେ ଆସିବ ସେଠାରେ ସେମାନଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଏହା ସହ ପୋଲିସର ମଧ୍ୟ ସହାୟତା ଲୋଡିବ ଏସିବି ବଡ ମେଡିକାଲ । ତେବେ ରାଜ୍ୟର ମେଡିକାଲ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଏସିବିରେ କଦାପି ଦଲାଲ ମାନଙ୍କୁ ପ୍ରୋତ୍ସାହନ ଦିଆଯିବନି । ଆଉ ଯଦି କୌଣସି ବ୍ୟକ୍ତି ଦଲାଲ କବଳରେ ପଡନ୍ତି ତେବେ ସଙ୍ଗେ ସଙ୍ଗେ ସୁପରଟେଣ୍ଡ ଅଫିସରେ ଅଭିଯୋଗ ଦାୟର କରିବାକୁ କହିଛନ୍ତି ଏସିବି ପ୍ରଶାସନିକ ଅଧିକାରୀ ଅଭିନାଶ ରାଉତ ।

ଇଟିଭି ଭାରତ , କଟକ

ABOUT THE AUTHOR

...view details