କଟକ: ଜଗତଜନନୀ ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କ ମହା ଆଡମ୍ବରରେ ପାଳନ ହେଉଛି ମହା ନବମୀ ପୂଜା । ହୋମଯଜ୍ଞ, ମନ୍ତ୍ରପାଠରେ କମ୍ପୁଛି ପୁରପଲ୍ଲୀ । ସହରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ତେବେ ମହାନବମୀରେ କୁମାରୀ ପୂଜାର ରହିଛି ବିଶେଷ ପରମ୍ପରା । କଟକ ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ଏହି ପୂଜାକୁ ନିଆରା ଭାବରେ କରାଯାଇଛି। ମା’ଙ୍କ ଏହି ନଅ ରୂପକୁ ଦର୍ଶନ କଲେ ମନସ୍କାମନା ପୂରଣ ହୋଇଥାଏ ବିଶ୍ବାସ ରହିଛି।
ନବମୀ ପୂଜାରେ କୁମାରୀ ପୂଜାର ବିଧି ରହିଛି । ବିଧି ଅନୁଯାୟୀ 9 ଜଣ ଶିଶୁକନ୍ୟାଙ୍କ ପ୍ରଥମେ ପାଦ ଧୌତ କରି ସେମାନଙ୍କୁ ମା’ଙ୍କ ବେଶରେ ସଜା ଯାଇଥାଏ । ଏହାପରେ ନୂତନ ବସ୍ତ୍ର ପିନ୍ଧାଇ ସେମାନଙ୍କ ପାଦରେ ଅଳତା ଲଗାଯାଇଥାଏ ଓ ଫୁଲ ମାଳ ପିନ୍ଧାଯାଇ ପୂଜାର୍ଚ୍ଚନା କରାଯାଇଥାଏ। ମା’ଙ୍କ ନଅ ରୂପରେ ନବମୀ ଦିନ କୁମାରୀ ପୂଜା କରାଯିବାର ବିଧି ରହିଛି। କଟକ ଦୋଳମୁଣ୍ଡାଇ ପୂଜା ମଣ୍ଡପ ଏହି ପୂଜାକୁ ପ୍ରତ୍ୟକ ବର୍ଷ ନିଆରା ଭାବରେ କରିଥାଏ ।