କଟକ:ବିଧାୟକ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ବସ୍ତି । ସାଂସଦ ଏବଂ ବିଧାୟକଙ୍କ ପାଇଁ ଗଠିତ ସ୍ୱତନ୍ତ୍ର ବେଞ୍ଚରେ ମାମଲାର ଶୁଣାଣି ହେବ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି କୋର୍ଟ । ବାରବାଟୀ ବିଧାୟକ ମହମ୍ମଦ ମୋକିମ ଭିଜିଲାନ୍ସ ମାମଲାରେ ଦଣ୍ଡିତ ହେବା ଯୋଗୁଁ ସଭ୍ୟପଦ ରଦ୍ଦ କରିବାକୁ କୋର୍ଟରେ ଆବେଦନ ହୋଇଥିଲା । ମୋକିମଙ୍କ ବିଧାୟକ ପଦ ରଦ୍ଦ ପ୍ରସଙ୍ଗରେ ଭିଜିଲାନ୍ସ କୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଲଗାଇଥିଲେ । ଯାହାର ତ୍ୱରିତ ଶୁଣାଣୀ ପାଇଁ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା।
ମୋକିମ ଦାଖଲ କରିଥିବା କ୍ରିମିନାଲ ଅପିଲର ଅଗ୍ରଗତି ନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଥିଲେ ହାଇକୋର୍ଟ । "ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଦଣ୍ଡାଦେଶ କରିବା ସତ୍ତ୍ୱେ କାହିଁକି ତାଙ୍କର ବିଧାୟକ ପଦ ରଦ୍ଦ କରାଗଲା ନାହିଁ ?" ପ୍ରାର୍ଥନା କରି ଡାକ୍ତର ରବି ରଞ୍ଜନ ସାହୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ସଭ୍ୟପଦ ରଦ୍ଦ କରିବା ନେଇ ହୋଇଥିବା ଆବେଦନର ଶୁଣାଣି ବେଳେ "ମୋକିମଙ୍କ ପକ୍ଷରୁ ଦାୟର ହୋଇଥିବା କ୍ରିମିନାଲ ଅପିଲ କେସର ଷ୍ଟାଟସ କଣ ?" ତାହା ଜାଣିବାକୁ ଚାହିଁଥିଲେ କୋର୍ଟ । ତେଣୁ ପରବର୍ତ୍ତୀ ତାରିଖ ସୁଦ୍ଧା କେସର ଷ୍ଟାଟସ ରିପୋର୍ଟ ଦେବାପାଇଁ ସରକାରୀ ପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହୁଡ଼କୋ ଲୋନ ଅନିୟମିତତା ମାମଲାରେ ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଦଣ୍ଡିତ କରିଥିଲେ । ଏନେଇ ନିର୍ଦ୍ଦେଶନାମା ଆସିବା ପରେ ମୋକିମଙ୍କ ସଭ୍ୟପଦ ରଦ୍ଦ ହେବାର ସମ୍ଭାବନା ମଧ୍ୟ ବଢିଥିଲା ।
ଏହା ବି ପଢନ୍ତୁ...ଉଚ୍ଚ ଅଭିଳାଷ ମୂଳରୁ ନାଶ; ଗୋଷ୍ଠୀ ବୈଠକକୁ ନାପସନ୍ଦ କଲେ ସୁର