କଟକ: ସୌମ୍ୟ ମୃତ୍ୟୁ ଘଟଣାରେ ପୋଲିସ ଡିଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ ପ୍ରତିକ୍ରିୟା ରଖିଲେ ସୌମ୍ୟଙ୍କ ପରିବାର ଓକିଲ ପାର୍ଥ ସାରଥୀ ନାୟକ। କ୍ରାଇମବ୍ରାଞ୍ଚ ତଦନ୍ତକୁ ସେ ସ୍ବାଗତ କରିଥିଲେ ମଧ୍ୟ ଏହା ନିରପେକ୍ଷ ତଦନ୍ତ ହେବା ଦରକାର ବୋଲି ପାର୍ଥ କହିଛନ୍ତି । ଏହା ସହିତ ଏହି ମାମଲାରେ DFO ଙ୍କ ସମ୍ପୃକ୍ତି ରହି ଥିବାରୁ ତାଙ୍କୁ ଅନ୍ୟତ୍ର ବଦଳି କରା ନ ଗଲେ ତଦନ୍ତ ନିରପେକ୍ଷ ହୋଇ ପାରିବ ନାହିଁ ବୋଲି ଯୁକ୍ତି କରିଛନ୍ତି ପାର୍ଥ ନାୟକ।
ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ସ୍ବାଗତଯୋଗ୍ୟ କହିଲେ ଓକିଲ - କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ସ୍ବାଗତଯୋଗ୍ୟ କହିଲେ ଓକିଲ
ସୌମ୍ୟ ମୃତ୍ୟୁ ଘଟଣାରେ ପୋଲିସ ଡିଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏହାକୁ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଲେ ସୌମ୍ୟଙ୍କ ପରିବାର ଓକିଲ ପାର୍ଥ ସାରଥୀ ନାୟକ । ଅଧିକ ପଢନ୍ତୁ...
ସୌମ୍ୟ ରଞ୍ଜନ ମୃତ୍ୟ ମାମଲା: କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ସ୍ବାଗତଯୋଗ୍ୟ କହିଲେ ଓକିଲ
ଏହି ମାମଲାରେ ଯେଉଁମାନେ ସାକ୍ଷୀ ରହିଛନ୍ତି, ସେହିମାନଙ୍କୁ DFO ପ୍ରଭାବିତ କରିବାର ସମ୍ଭାବନା ରହିଥିବା ଆଶଙ୍କା ପ୍ରକାଶ କରିଛନ୍ତି ସୌମ୍ୟରଞ୍ଜନଙ୍କ ଓକିଲ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ