କଟକ:ଦିନ ମଜୁରିଆଙ୍କ ପୁଅ ହେବେ ଡାକ୍ତର । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି ସତ । ହଁ ଆଜ୍ଞା ଆମେ କହୁଛୁ କଟକ ବାଲିକୁଦା ସାମଲ ସାହିର ଦୀପକ ସାମଲଙ୍କ କଥା । ଗତ ସପ୍ତାହରେ ଦୀପକ ଏସସିବିରେ ଏମବିବିଏସ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି ।
କଠିନ ପରିଶ୍ରମ ଆଗରେ ହାରମାନିଲା ଦାରିଦ୍ର୍ୟ, ଦିନ ମଜୁରିଆଙ୍କ ପୁଅ ହେବେ ଡାକ୍ତର - cuttack news
କଠିନ ପରିଶ୍ରମ ଆଗରେ ହାର ମାନିଲା ଦାରିଦ୍ର୍ୟ । ଦିନ ମଜୁରିଆଙ୍କ ପୁଅ ହେବେ ଡାକ୍ତର । ସମସ୍ତଙ୍କ ପାଇଁ ସାଜିଲେ ପ୍ରରଣାର ଉତ୍ସ । ଅଧିକ ପଢନ୍ତୁ...
ତେବେ ଏମିତି ଅନେକ ଛାତ୍ରଛାତ୍ରୀ ପ୍ରତିବର୍ଷ ଏମବିବିଏସ ପାଠ୍ୟକ୍ରମରେ ନାମ ଲେଖାଇଥାନ୍ତି କିନ୍ତୁ ଦୀପକଙ୍କ କଥା ଟିକେ ଭିନ୍ନ । ଦାରିଦ୍ରର କଷଟି ପଥରରେ ଘଶି ହେବା ପରେ ଯେଉଁଠି ହଜାର ହଜାର ପ୍ରତିଭା ନିଜ ସ୍ବପ୍ନ ଅଧା ବାଟରେ ଛାଡି ଦେଉଛନ୍ତି । ସେଇଠି ନିଜର ନିଷ୍ଠା ଓ ପରିଶ୍ରମ ବଳରେ ଦୀପକ ଦାରିଦ୍ରତାକୁ ପଛରେ ପକାଇ ଡାକ୍ତର ହେବାର ସ୍ବପ୍ନକୁ ପୁରଣ କରିଛନ୍ତି । ଏହାକୁ ନେଇ ଦୀପକ ଯେତିକି ଖୁସି ତାଙ୍କ ଠାରୁ ଅଧିକ ଖୁସି ତାଙ୍କ ପରିବାର ।
ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ନବୀନଙ୍କ ପାଞ୍ଚ ପ୍ରାଣୀର କୁଟୁମ୍ବ । ନବୀନ ଜଣେ ଦିନ ମଜୁରିଆ । ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ପରିବାର ଚଳେ । କିନ୍ତୁ ପିଲାଟି ଦିନରୁ ଦୀପକଙ୍କ ପାଠପଢା ପ୍ରତି ଆଗ୍ରହକୁ ଦେଖି ତାଙ୍କ ପଢିବା ପାଇଁ ପ୍ରେରଣା ଦେଇଥିଲା ପୁରା ପରିବାର ।
ଫଳରେ ନିଜର ପ୍ରଥମ ସୁଯୋଗରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ସେପଟେ ଦୀପକଙ୍କ ଏହି ସଫଳତା ପାଇଁ ସମଗ୍ର ଅଞ୍ଚଳରେ ଏବେ ଖୁସିର ଲହରି ଖେଳିଯାଇଛି । କଠିନ ପରିଶ୍ରମ ଯୋଗୁଁ ଦୀପକଙ୍କୁ ଏହି ସଫଳତା ମିଳିଛି । ସେ ଏବେ ସମସ୍ତଙ୍କ ପାଇଁ ପ୍ରରଣାର ଉତ୍ସ ପାଲଟିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ