କଟକ: ଘରୋଇ କଳିର କରୁଣ ପରିଣତି । ଜ୍ବାଇଁର ଠେଙ୍ଗା ମାଡରେ ଶାଶୁ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ଓଏମପି ଛକସ୍ଥିତ ଗୋରଖା ବସ୍ତିରେ।
ସୂଚନାମୁତାବକ, କୌଣସି କାରଣ ଯୋଗୁଁ ଘରେ କଥା କଟାକଟି ହୋଇଥିଲା । ଯୁବକ ଜଣକ ରାଗିଯାଇ ପ୍ରଥମେ ନିଜ ସ୍ତ୍ରୀକୁ ଠେଙ୍ଗାରେ ମାରିଥିଲେ । ଏ ନେଇ ଶାଶୁ ସାଲେଗେ ହେମ୍ବ୍ରମ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଠେଙ୍ଗାରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଶାଶୁଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ଜ୍ବାଇଁ ଫେରାର ହୋଇଯାଇଥିଲା ।