କଟକ: ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ବିବାହ ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବିଜୟଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା । ବିଜୟଙ୍କ ବିବାହ ଆବେଦନକୁ ରୋକିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସୋମାଲିକା । ଗତ ମାସ ୨୧ ତାରିଖରେ ଜଣେ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ବିଜୟ । କଟକ ସବ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି । ଏନେଇ କଟକ ସବ ରେଜିଷ୍ଟ୍ରାର ଅଫିସରେ ଅବଜେକସନ ପିଟିସନ ଦାଖଲ ମଧ୍ୟ କରିଥିଲେ ସୋମାଲିକା । ତେବେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ କରିବି ବୋଲି ସେ କହିଛନ୍ତି ।
ତିର୍ତ୍ତୋଲ ବିଧାୟକ କଟକ ସବରେଜିଷ୍ଟ୍ରାର ଅଫିସରେ ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଥିବା ବେଳେ ଏଥିରେ ଅବଜେକ୍ସନ ଫାଇଲ କରିଛନ୍ତି ସୋମାଲିକା । ବିଜୟଙ୍କ ବିବାହ ସମ୍ପୂର୍ଣ୍ଣ ବେଆଇନ ବୋଲି ସେ ଅଭିଯୋଗ କରିଛନ୍ତି । ଗତ ୮ ମାସ ତଳେ ଉଭୟ ସୋମାଲିକା ଓ ବିଜୟ ବିବାହ ପାଇଁ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବିଜୟ ଏଥିରେ ସହଯୋଗ କରିନଥିବା ସୋମାଲିକା ଅଭିଯୋଗ କରିଥିଲେ । ବିଜୟ ଏବେ ଯେଉଁ ଯୁବତୀଙ୍କୁ ବିବାହ କରିବା ପାଇଁ କଟକ ସବରେଜିଷ୍ଟ୍ରାରରେ ଆବେଦନ କରିଛନ୍ତି, ସେଥିରେ ଅବଜେକ୍ସନ କରିଛନ୍ତି ସୋମାଲିକା । ଜଣେ ସ୍ବେଚ୍ଛାସେବୀଙ୍କ ସହ କଟକ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଆକାରରେ ଅବଜେକ୍ସନ କରିଛନ୍ତି । ସେହିପରି ବୟସରେ ବି ଜାଲିଆତି କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ସୋମାଲିକା ।
ଏହା ବି ପଢନ୍ତୁ- ବଢିଲା ତିର୍ତ୍ତୋଲ ବିଧାୟକଙ୍କ ଅଡୁଆ, ସବରେଜିଷ୍ଟ୍ରାର ଅଫିସରେ ଅଭିଯୋଗ କଲେ ସୋମାଲିକା
କାହିଁକି ଅବଜେକ୍ସନ କଲେ ସୋମାଲିକା ?ପ୍ରେମ ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରି ନ ଥିବା ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛନ୍ତି । ଗତ ମାସ ୨୧ ତାରିଖରେ ବିବାହ ପାଇଁ କଟକ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି ବିଜୟ । ପ୍ରତ୍ୟୁଷା ନନ୍ଦ ନାମକ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ବିଜୟ ଆବେଦନ କରିଛନ୍ତି । ଯେଉଁ ଯୁବତୀଙ୍କ ସହ ତାଙ୍କ ନୂଆ ପ୍ରେମ ଗଢି ଉଠିଥିବା ନେଇ ଚର୍ଚ୍ଚା ହେଉଥିଲା ସେହି ଯୁବତୀଙ୍କ ସହିତ ବିବାହ ପାଇଁ ଆବେଦନ କରିଥିବା ଚର୍ଚ୍ଚା ହେଉଛି । ତେବେ ଏନେଇ କଟକ ସଵ ରେଜିଷ୍ଟ୍ରାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।