କଟକ: ସିଲଭରସିଟିରେ ଦୃଶ୍ୟ ହେଲା ସୂର୍ଯ୍ୟ ପରାଗ । କିଛି ସେକେଣ୍ଡର ସୂର୍ଯ୍ୟ ପରାଗ ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା । ବିଜ୍ଞାନ ଚେତନା ମଞ୍ଚ ପକ୍ଷରୁ ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ଲୋକଙ୍କ ଦ୍ବାରା ବେଶ ଆଦୃତ ହୋଇଛି ।
ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଥିବାବେଳେ ଏହାର ସାକ୍ଷୀ ରହିଛି ସାରା ବିଶ୍ବ । କଟକରେ ମଧ୍ୟ ଏହି ସୂର୍ଯ୍ୟ ପରାଗ ଦେଖିବାକୁ ମିଳିଛି । ସକାଳ 8 ଟା 20 ରୁ ଆରମ୍ଭ ହୋଇଥିଲା ସୂର୍ଯ୍ୟ ପରାଗ । ବିଜ୍ଞାନ ଚେତନା ମଞ୍ଚ ପକ୍ଷରୁ ଯାହାକୁ ଦେଖିବା ପାଇଁ ରେଭେନ୍ସା ଗ୍ରାଉଣ୍ଡରେ ବ୍ୟବସ୍ଥା କରାଯାଇଥିଲା । ଶତାଧିକ ଜନସାଧାରଣ ଗ୍ରାଉଣ୍ଡ ରେ ଉପସ୍ଥିତ ରହି କିଛି ସେକେଣ୍ଡ ପାଇଁ ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗର ଦୃଶ୍ୟକୁ ଉପଭୋଗ କରିଥିଲେ । ଏହାପରେ ଆକାଶ ମେଘାଛନ୍ନ ହେବାରୁ ପରାଗ ଦୃଶ୍ୟ ଆଉ ଲୋକମାନେ ଦେଖି ପାରିନଥିଲେ ।