କଟକ: ଯାହା ଖାଇଲେ ସେଥିରୁ ବାହାରୁଛି ଧୂଆଁ । ସେ ମକଟେଲ ହେଉ ଅବା ମକା ହେଉ । ସବୁଥିରୁ ଧୂଆଁ ବାହାରୁଛି । ବାଲିଯାତ୍ରାର ଓରମାସ ଷ୍ଟଲରେ ଏହା ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି । ଦାମ ଯଦିଓ ୧୦୦ ଟଙ୍କାରୁ ୨୦୦ ଟଙ୍କା ରହିଛି ତଥାପି ଏହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ବାଲିଯାତ୍ରାରେ ଏପରି ଷ୍ଟଲ ପ୍ରଥମ ଥର ଦେଖିବାକୁ ମିଳିଛି । ଏପରିକି ଭଳିକି ଭଳି କୋଲଡ୍ରିଂକ୍ସରୁ ବି ଏହି ଧୂଆଁ ବାହାରୁଛି । ବାଲିଯାତ୍ରା ଆସିଲେ ଖାଦ୍ୟ ଷ୍ଟଲରେ ଲୋକଙ୍କ ବେଶ ଭିଡ଼ ଜମିଥାଏ । କାରଣ ବାଲିଯାତ୍ରା ବୁଲିବା ସହ ଭଳିକି ଭଳି ଖାଦ୍ୟ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ତେବେ ଗ୍ରାହକଙ୍କ ଚାହିଦା ଦେଖି ପ୍ରତ୍ୟକ ବର୍ଷ ନୂଆ ନୂଆ ପ୍ରକାର ଖାଦ୍ୟ ବିଭିନ୍ନ ଷ୍ଟଲରେ ଦେଖିବାକୁ ମିଳୁଥିବା ବେଳେ ଖାଦ୍ୟରୁ ସ୍ମୋକ ବାହାରୁ ଥିବା ଦୋକାନରେ ଗ୍ରହକଙ୍କ ଭିଡ଼ ଜମୁଛି ।
କଟକର ଐତିହାସିକ ବାଲିଯାତ୍ରା ଉଦ୍ଘାଟିତ ହୋଇଯାଇଛି । ଗତକାଲି ଏହି ଉଦଘାଟନୀ ଉତ୍ସବରେ ଲୋକଙ୍କ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ବାଲିଯାତ୍ରା 2023ର ଉଦଘାଟନୀ ଉତ୍ସବରେ ଅନେକ ଅତିଥିମାନେ ଯୋଗ ଦେଇଥିଲେ । ଐତିହାସିକ ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ କଟକ ସହର ଭାଇଚାରା, କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ବୋଲି କହିଥିଲେ । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରାଣକେନ୍ଦ୍ର କଟକ ସହର ଯାହାର ଏକ ସ୍ୱତନ୍ତ୍ର ବାଣିଜ୍ୟିକ ପ୍ରସିଦ୍ଧି ରହିଛି । ଯେଉଁଠି ସମଗ୍ର ଭାରତ ବର୍ଷରେ କୌଣସି ଉତ୍ସବ ନୌବାଣିଜ୍ୟକୁ ନେଇ ବାଲିଯାତ୍ରା ଆୟୋଜନ କରାଯାଉଛି ବୋଲି କହିଥିଲେ ।