ଓଡିଶା

odisha

ETV Bharat / state

ସ୍ମିତାରାଣୀ ହତ୍ୟା ମାମଲା: କ୍ରାଇମ ବ୍ରାଞ୍ଚ ସହାୟତା ଲୋଡିଲା ରାଜ୍ୟ ମହିଳା କମିଶନ - ରାଜ୍ୟ ମହିଳା କମିଶନ

ବହୁ ଚର୍ଚ୍ଚିତ ଭିଏଲଡବ୍ଲୁ ସ୍ମିତାରାଣୀ ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Oct 27, 2019, 4:43 PM IST

କଟକ: ବହୁ ଚର୍ଚ୍ଚିତ ଭିଏଲଡବ୍ଲୁ ବା ସ୍ମିତାରାଣୀ ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ତାଙ୍କ କହିବା ମୁତାବକ ସ୍ମିତାରାଣୀ ହତ୍ୟାକାଣ୍ଡ ଏକ ସମ୍ବେଦନଶୀଳ ମାମଲା । ଏନେଇ ମହିଳା କମିଶନ ଦ୍ବାରା 2 ଥର ତଦନ୍ତ ଶେଷ କରାଯାଇଛି । ହେଲେ ଏ ଘଟଣାରେ ତଦନ୍ତ କ୍ରାଇମବ୍ରାଞ୍ଚ ହାତରେ ଦିଆଯାଉ ବୋଲି ଶୁକ୍ରବାର ଡିଜି ପୋଲିସଙ୍କୁ ଚିଠି ଲେଖି ଜଣାଇଛି ରାଜ୍ୟ ମହିଳା କମିଶନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କମିଶନ ଅଧ୍ୟକ୍ଷାଙ୍କ କହିବା ଅନୁଯାୟୀ ଏପରି ସଙ୍ଗୀନ ଘଟଣାକୁ ରାଜନୀତିକରଣ ନକରାଯାଇ ଏହାର ନ୍ୟାୟିକ ଉପାୟରେ ନିରପେକ୍ଷ ତଦନ୍ତ ହେବା ଦରକାର । ତେଣୁ ଏଥିପାଇଁ କ୍ରାଇମ ବ୍ରାଞ୍ଚ ତଦନ୍ତ ହେବା ଦରକାର । ମୀନତିଙ୍କ କହିବା ଅନୁୟାୟୀ ସ୍ମିତାରାଣୀଙ୍କ ସ୍ବାମୀଙ୍କ ବୟାନ ମୁତାବକ ବିଭିନ୍ନ ଦିଗରୁ କମିଶନ ତଦନ୍ତ କରିଛି । ଯାହାର ରିପୋର୍ଟକୁ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିବା ସହ ତଦନ୍ତ ଦାୟିତ୍ବ ଦିଆଯାଇଛି ।

ପୋଲିସ ଓ କମିଶନର ତଦନ୍ତ ପରେ ମଧ୍ୟ ଘଟଣାଟି ସମ୍ବେଦନଶୀଳ ହେବା ସହ ଏହାର ତଦନ୍ତ କ୍ରାଇମ ବ୍ରାଞ୍ଚ ଦ୍ବାରା ହେବା ଦରକାର ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details