ଓଡିଶା

odisha

By

Published : Aug 10, 2023, 1:41 PM IST

ETV Bharat / state

ରେଭେନ୍ସାରେ ଯୋଡ଼ି ହେଲା ଆଉ ଏକ ସ୍ଵତନ୍ତ୍ରତା, ସ୍ମାର୍ଟ କ୍ଲାସ ରୁମ୍ ଉଦଘାଟିତ

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ୱର୍ଗତ ମନୋରମା ମହାପାତ୍ରଙ୍କ ନାମରେ ନାମିତ ସ୍ମାର୍ଟ କ୍ଲାସ ରୁମ୍ ଉଦ୍ଘାଟିତ ସହ ଖେଳ କସରତ ପାଇଁ ଇଣ୍ଡୋର ହଲ ଲୋକାର୍ପଣ କରାଯାଇଛି । ଅଧିକ ପଢନ୍ତୁ

revenshaw university
revenshaw university

revenshaw university

କଟକ:ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରାନ୍ତି ଦିବସ ପାଳନ ହୋଇଯାଇଛି । ଏହି ଦିନରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ବରେ ଇଂରେଜ ସରକାର ବିରୋଧରେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଥିଲା । ଏହି ଅପୂର୍ବ ଦିନକୁ ମନେ ରଖିବା ପାଇଁ ସାରା ଦେଶ କ୍ରାନ୍ତି ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ୱର୍ଗତ ମନୋରମା ମହାପାତ୍ରଙ୍କ ନାମରେ ନାମିତ ସ୍ମାର୍ଟ କ୍ଲାସ ରୁମ୍ ଉଦ୍ଘାଟିତ ହୋଇଯାଇଛି । ଏଥି ସହିତ ଏକ ଖେଳ କସରତ ପାଇଁ ଇଣ୍ଡୋର ହଲ ଲୋକାର୍ପଣ କରାଯାଇଛି ।

ତେବେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମନୋରମା ମହାପାତ୍ର ସ୍ମାରକୀ ହଲକୁ ଉଦ୍ଘାଟନ କରିଥିଲେ । ଏନେଇ ସେ କହିଥିଲେ ଯେ,ଏହା ଏକ ପବିତ୍ର ଦିନ । 1942 ମସିହା ଅଗଷ୍ଟ ୯ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଆହ୍ଵାନ କ୍ରମେ ଦେଶ ବ୍ୟାପି କ୍ରାନ୍ତି ଦିବସ ପାଳନ କରାଯାଇଥିଲା । ଓଡ଼ିଶା ମଧ୍ୟ ଏହି କ୍ରାନ୍ତି ଦିବସରେ ସାମିଲ ହୋଇ ବହୁ ସଂଗ୍ରାମୀ ମାନଙ୍କୁ ଆତ୍ମବଳୀ ଦେବାକୁ ପଡ଼ିଥିଲା । ଦେଶର ସ୍ଵାଧୀନତା ସଂଗ୍ରାମ ଇତିହାସରେ ରେଭେନ୍ସା ଶିକ୍ଷାନୁଷ୍ଠାନର ଅବଦାନ ଅବିସ୍ମରଣୀୟ । ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକଙ୍କ ଭଳି ବହୁ ସଂଗ୍ରାମୀଙ୍କୁ ଏହି ଶିକ୍ଷାନୁଷ୍ଠାନ ଜନ୍ମ ଦେଇଛି ବୋଲି କହିଥିଲେ ।

ସେହିପରି 1942 ମସିହା ଅଗଷ୍ଟ 9 ତାରିଖ ଦିନ ସ୍ବର୍ଗତ ବିଜୁ ପଟ୍ଟନାୟକ ଏଠାରୁ ସାଇକେଲ ଯୋଗେ ପେଶ୍ୱାର ଯାତ୍ରା କରିଥିଲେ । ଯାହା ଆମ ପାଇଁ ସ୍ମରଣୀୟ ହୋଇ ରହିବ । ନବୀନ ପଟ୍ଟନାୟକ ସରକାର ସମୟରେ ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ଘଟିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ଠାରୁ କୌଣସି ଗୁଣରେ କମ୍ ନୁହେଁ । ଏହାର ଦ୍ଵିତୀୟ କ୍ୟାମ୍ପସ ସମ୍ପୂର୍ଣ୍ଣ ହୋଇଯାଇଛି । ମନୋରମା ମହାପାତ୍ରଙ୍କ ଭଳି ସାହ୍ୟିତିକ ଓ ସମାଜ ସେବୀଙ୍କ ନାମରେ ଏକ ହଲର ନାମିତ କରାଯାଇଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ -ନବରଙ୍ଗପୁରରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ, ବ୍ରିଟିଶ ଅମଳର ଜେଲକୁ ଜାତୀୟ ସ୍ମାରକୀର ମାନ୍ୟତା ଦେବାକୁ ଦାବି

ଅନ୍ୟପଟେ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସ ନାୟକ ଓ ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ଵାଳ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ରେଭେନ୍ସାର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ପରାମର୍ଶରେ ରେଭେନ୍ସା ଏକ ଆଦର୍ଶ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇପାରିବ । ପ୍ରତ୍ୟେକ ଛାତ୍ରଛାତ୍ରୀ ମାନେ ଏହି ଶିକ୍ଷାନୁଷ୍ଠାନକୁ ନେଇ ନିଜକୁ ଗର୍ବ ଓ ଗୌରବ ମନେ କରନ୍ତି । ମନୋରମା ମହାପାତ୍ରଙ୍କ ନୀତି ଆଦର୍ଶକୁ ଅନୁକରଣ କରିପାରିଲେ ଏହି ହଲଟିର ନାମକରଣର ଯଥାର୍ଥତା ହୋଇ ରହିବ ବୋଲି କହିଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details