ଓଡିଶା

odisha

କାଳବୈଶାଖୀ ପ୍ରଭାବ, ଖୁବଶୀଘ୍ର କଟକ ବସ୍ତି ବାସିନ୍ଦାଙ୍କୁ ମିଳିବ ସହାୟତା: ମେୟର

By

Published : May 28, 2023, 9:15 AM IST

କାଳବୈଶାଖୀରେ ପ୍ରଭାବିତ ହୋଇଥିବା ବସ୍ତି ବାସିନ୍ଦାଙ୍କ କ୍ଷୟକ୍ଷତି ସମ୍ବନ୍ଧୀୟ ରିପୋର୍ଟ ସରକାରଙ୍କୁ ଦିଆଯାଇଛି। ସେମାନଙ୍କୁ ଖୁବଶୀଘ୍ର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ। ଅଧିକ ପଢନ୍ତୁ

ଖୁବଶୀଘ୍ର ଆର୍ଥିକ ସହାୟତା ପାଇବେ କଟକ ବସ୍ତିବାସିନ୍ଦା
ଖୁବଶୀଘ୍ର ଆର୍ଥିକ ସହାୟତା ପାଇବେ କଟକ ବସ୍ତିବାସିନ୍ଦା

ଖୁବଶୀଘ୍ର ଆର୍ଥିକ ସହାୟତା ପାଇବେ କଟକ ବସ୍ତିବାସିନ୍ଦା

କଟକ:କାଳବୈଶାଖୀରେ ପ୍ରଭାବିତ ହୋଇଥିବା ବସ୍ତି ବାସିନ୍ଦା ପାଇବେ ଆର୍ଥିକ ସହାୟତା । ଏନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆ ଯାଇଛି । ଯେଉଁଠି ବି ବାସଗୃହ ପ୍ରଭାବିତ ହୋଇଛି ଓ ଅନ୍ୟାନ୍ୟ ସମଗ୍ରୀ ନଷ୍ଟ ହୋଇଛି ସେ ବାବଦରେ ଏକ ତାଲିକା କରଯାଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଦିଆଯାଇଛି । ଯାହାଦ୍ୱାରା ଯେଉଁ ବସ୍ତି ବାସିନ୍ଦାମାନେ କାଳ ବୈଶାଖୀ ତାଣ୍ଡବର ଶିକାର ହୋଇଛନ୍ତି ସେମାନଙ୍କର କ୍ଷୟକ୍ଷତିର ଭରଣା ହୋଇପାରିବ ବୋଲି କହିଛନ୍ତି କଟକର ମେୟର ସୁବାସ ସିଂ।

ସେହିପରି ଗତ 2ଟି କାଳ ବୈଶାଖୀରେ କଟକର ଜଗତପୁର ଓ ବାଲିସାହି ବସ୍ତି ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ଏକ ତତକ୍ଷଣାତ ଏକ ସର୍ଭେ କରାଯାଇଛି । ତେବେ ଆଉ କିଛି ଦିନ ମଧ୍ୟରେ ସେମାନଙ୍କ ମୁହଁରେ ପୁଣି ହସ ଫୁଟି ପାରିବ ବୋଲି କହିଛନ୍ତି ମେୟର । ଗତ ୧୯ତାରିଖ ଅପରାହ୍ନରେ ଭୟଙ୍କର ଝଡବର୍ଷାରେ ପ୍ରଶାସନ ଉଚ୍ଛେଦ କରି ରଖିଥିବା ବସ୍ତି ଓ ଅନ୍ୟାନ୍ୟ ବସ୍ତିଗୁଡିକର କିଛି ଘର ଭାଙ୍ଗିବା ଓ ଅନେକ ଘରର ଆଜବେଷ୍ଟସ୍ ଓ ଟିଣ ସିଟ୍ ଉଡିଯିବା ଦ୍ୱାରା ବହୁ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଯାଇଛି ।

ଗତ ଦୁଇ ଦିନ ତଳେ କାଳବୈଶାଖୀ କାରଣରୁ ବ୍ୟାପକ କ୍ଷୟକ୍ଷତି ସହିଥିଲେ କଟକର ବସ୍ତିବାସିନ୍ଦା । ଦୁଇବର୍ଷ ପୂର୍ବରୁ ବସ୍ତି ଗୁଡିକୁ ଆଇନ ସମ୍ମତ ଉପଯୁକ୍ତ ଥଇଥାନ ନକରି ହଜାର ହଜାର ପରିବାରକୁ ନଦୀ ଶଯ୍ୟାରେ ବେଆଇନ ଭାବେ ରଖାଯାଇଥିଲା । ଜଗତପୁର ବିରୂପା କୂଳ ନିମପୁର ଠାରେ ଏବଂ କାଠଯୋଡ଼ି କୂଳ ବାଲିସାହି ଠାରେ ସେମାନେ ସାମୟିକ । ବସ୍ତିଗୁଡିକୁ ଆଇନ ସମ୍ମତ ଥଇଥାନ କରା ନଯାଇ ସ୍ଥାୟୀ ଘର ନଦେବା ଫଳରେ ବସ୍ତି ବାସିନ୍ଦାମାନେ ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

ବର୍ତ୍ତମାନ ସ୍ଥିତିରେ ଜଗତପୁର ନିମପୁରର ବିରୁପା କୂଳ ଓ କାଠଯୋଡି କୂଳ ବାଲିସାହି ବସ୍ତିଗୁଡିକର ଅନେକ ବାସିନ୍ଦା ଖୋଲା ଆକାଶ ତଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଭିତରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି । ଥଇଥାନ ପାଇଁ ପୁର୍ନରୁ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ସିଏମସି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଝଡ ବର୍ଷାରେ କେତେକ ଘର ସଂପୂର୍ଣ୍ଣ ଭାଙ୍ଗିବା ସହ ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଥିବାରୁ କ୍ଷତିଗ୍ରସ୍ତ ପରିବାରଗୁଡିକୁ ଅବିଳମ୍ବେ ଘର ନିର୍ମାଣ ଓ ଆନୁସଙ୍ଗିକ ସହାୟତା ଯୋଗାଇ ଦେବ, ପାଇଁ ଦାବି କରଯାଇଥିଲା । ଘଟଣାକୁ ନେଇ ସିଏମସି କର୍ପୋରେଟର ମଧ୍ୟ ସିଏମସିକୁ ଟାର୍ଗେଟ କରିଥିଲେ। ବସ୍ତିବାସିନ୍ଦାଙ୍କୁ ଯଥା ଶୀଘ୍ର ନ୍ୟାୟ ଦେବା ସହ ବସ୍ତି ଅଞ୍ଚଳରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦାବି କରିଥିଲେ କର୍ପୋରେଟର ।

ଇଟିଭି ଭାରତ, କଟକ

ABOUT THE AUTHOR

...view details