କଟକ:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ବସ୍ତି ବାସିନ୍ଦା । ବାସୋପଯୋଗୀ ସ୍ଥାନରେ ଜାଗା ଓ ଘର ଯୋଗାଇ ଦେବାକୁ ଦାବି କରି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।
ପ୍ରଶାସନିକ ଟାର୍ଗେଟ ଯୋଗୁଁ ଦୂରାବସ୍ଥା ଦେଇ ବସ୍ତିବାସିନ୍ଦାମାନେ ଗତି କରୁଛନ୍ତି । ଏମାନଙ୍କୁ ଯେଉଁ ସ୍ଥାନରେ ଜାଗା ଦିଆଯାଉଛି ତାହା ସମ୍ପୂର୍ଣ୍ଣ ରୂପେ ଗ୍ରୀନ ଟ୍ରିବ୍ୟୁନାଲ ଅଧୀନରେ ରହୁଛି । ଯାହାକି ବସ୍ତିବାସିନ୍ଦାଙ୍କ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ବସ୍ତିବାସିନ୍ଦାମାନଙ୍କୁ ବାସୋପଯୋଗୀ ସ୍ଥାନରେ ଜାଗା କିମ୍ବା ଘର ଯୋଗାଇବାକୁ ଆଇନଗତ ନିୟମ ରହିଛି । ମାତ୍ର ସରକାର ତାହା ନ କରୁନଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ।