କଟକ: କୌଣସି ସୂଚନା ନଦେଇ ଅସ୍ଥାୟୀ ବାସୀନ୍ଦାଙ୍କୁ ଜିଲ୍ଲାପାଳଙ୍କ ଉଚ୍ଛେଦ ନିର୍ଦ୍ଦେଶ । ଥଇଥାନ ନକରି ନିର୍ମମ ଭାବେ କଟକର ତଳିଆ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଆହ୍ବାନ ଦେଇଛି ବସ୍ତିବାସିନ୍ଦା ମିଳିତ ମଞ୍ଚ। ଏହାକୁ ନେଇ ବସ୍ତୀବାସିନ୍ଦାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସୂଚନାଯୋଗ୍ୟ କଟକ କୃଷକ ବଜାର ବସ୍ତି , ତାଳଦଣ୍ଡା କେନାଲ ରୋଡ଼ ବସ୍ତିରେ ଦିର୍ଘଦିନ ଧରି ଅନେକ ଅସ୍ଥାୟୀ ବାସିନ୍ଦା ରହିଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ପଟ୍ଟା କରିଥିବାବେଳେ କିଛି ସେଥିରୁ ବଞ୍ଚିତ ରହିଛନ୍ତି । ତେବେ ଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ନୋଟିସ ନକରି ସିଧାସଳଖ ଉଚ୍ଛେଦ ନିର୍ଦ୍ଦେଶକୁ ବିରୋଧ କରିଛି ଆବାହକ ମହାନଗର ନାଗରିକ ମଞ୍ଚ ।