କଟକ: ସିଡିଏ ଅଞ୍ଚଳରେ ଥିବା ଦୋବନ୍ଧା ବସ୍ତି ଉଚ୍ଛେଦକୁ ବିରୋଧ । ଏନେଇ ମଙ୍ଗଳବାର କଟକ ଆରଡିସିଙ୍କ କାର୍ଯ୍ୟାଳୟରେ ଶୋଭାଯାତ୍ରାରେ କରି ବିକ୍ଷୋଭ ପ୍ରଦର୍ଶନ କରିଛି ନଗର ବସ୍ତି କମିଟି । ଏଥିସହିତ 11 ଦଫା ଏକ ସମ୍ବଳିତ ଦାବିପତ୍ର ଆରିଡିସିଙ୍କୁ ପ୍ରଦାନ କରାଯାଇଛି ।
ଦୋବନ୍ଧା ବସ୍ତି ଉଚ୍ଛେଦକୁ ବିରୋଧ, ଥଇଥାନ ଦାବିରେ ବସ୍ତି କମିଟି - ଦୋବନ୍ଧା ବସ୍ତି
ସିଡିଏ ଅଞ୍ଚଳରେ ଥିବା ଦୋବନ୍ଧା ବସ୍ତି ଉଚ୍ଛେଦକୁ ବିରୋଧ କରିବା ସହ ଉଚ୍ଛେଦ 9 ପରିବାରକୁ ଥଇଥାନ ଦାବି କଲା ନଗର ବସ୍ତି କମିଟି । ଏନେଇ 11 ଦଫା ଏକ ସମ୍ବଳିତ ଦାବିପତ୍ର କଟକ ଆରଡିସିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
ଗତ 3 ତାରିଖରେ ସିଡିଏ ଅଞ୍ଚଳରେ ଥିବା ଦୋବନ୍ଧା ବସ୍ତିକୁ ଉଚ୍ଛେଦ କରାଯାଇଥିଲା । କୋର୍ଟର ନିର୍ଦ୍ଦେଶକୁ ଅବମାନନା କରିବା ସହ ବର୍ଷା ଦିନେ ବସ୍ତିବାସିନ୍ଦାକୁ ଥଇଥାନ ନକରି ବେଆଇନ ଭାବେ ବସ୍ତି ଉଚ୍ଛେଦ କରାଯାଇଥିବା ସଂଗଠନ ଅଭିଯୋଗ କରିଛି । ଯେଉଁ 9ଟି ପରିବାରକୁ ଉଚ୍ଛେଦ କରାଯାଇଛି ସେମାନେ ଆଜି ବି ମୁକ୍ତ ଆକାଶ ତଳେ ଜୀବନ କାଟୁଛନ୍ତି । ସେମାନଙ୍କୁ ତୁରନ୍ତ ଥଇଥାନ କରିବାକୁ ସଂଗଠନ ଦାବି କରିଛି । ଯଦି ଉକ୍ତ ଦାବିଗୁଡିକୁ ତୁରନ୍ତ ପୂରଣ କରାନଯାଏ, ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ବସ୍ତି କମିଟି ଚେତାବନୀ ଦେଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ