କଟକ: ପ୍ରତୀକ୍ଷାର ହେଲା ଅନ୍ତ। ଆଜିଠୁ(ରବିବାର) ଆରମ୍ଭ ହେଲା ସ୍ଲଟ ବୁକିଙ୍ଗ(Slot booking ) । ଆସନ୍ତାକାଲିଠୁ 15 ରୁ 18 ବର୍ଷର ପିଲାମାନଙ୍କ ପାଇଁ ଆରମ୍ଭ ହେବ ଟୀକାକରଣ(vaccination) ପ୍ରକ୍ରିୟା । ପ୍ରଥମେ ଜିଲ୍ଲାର ସମସ୍ତ ଟୀକାକରଣ କେନ୍ଦ୍ର ଓ ପରେ ସ୍କୁଲରେ ଟୀକାକରଣ ପ୍ରକ୍ରିୟା ହେବ । ତେବେ କେବଳ ଦିନର ପ୍ରଥମାର୍ଦ୍ଧରେ କୋଭାକ୍ସିନ(covaxin) ନେବେ 15 ରୁ 18 ବର୍ଷର ପିଲା। ଜାନୁଆରୀ ଶେଷ ସୁଦ୍ଧା ପିଲାମାନଙ୍କ ଟୀକାକରଣ ଶେଷ ହେବା ନେଇ ଲକ୍ଷ ରଖିଛି ଜିଲ୍ଲା ପ୍ରଶାସନ।
ଆସନ୍ତାକାଲି 15ରୁ 18 ବର୍ଷିୟ ନେବେ ଟିକା, ଆଜିଠୁ ସ୍ଲଟ ବୁକିଙ୍ଗ ଆରମ୍ଭ - ଆସନ୍ତାକାଲି 15 ରୁ 18 ବର୍ଷିୟ ନେବେ ଟିକା
ପ୍ରତୀକ୍ଷାର ହେଲା ଅନ୍ତ। ଆସନ୍ତାକାଲିଠୁ 15 ରୁ 18 ବର୍ଷର ପିଲାମାନଙ୍କ ପାଇଁ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ଆଜିଠୁ କଟକରେ ସ୍ଲଟ ବୁକିଙ୍ଗ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ
ଆସନ୍ତାକାଲି 15 ରୁ 18 ବର୍ଷିୟ ନେବେ ଟିକା, ଆଜିଠୁ ସ୍ଲଟ ବୁକିଙ୍ଗ ଆରମ୍ଭ
ଏହାସହ ଆସନ୍ତା 10 ତାରିଖରୁ 60 ବର୍ଷରୁ ଊର୍ଦ୍ଧ୍ବ ଓ କୋଭିଡ ଯୋଦ୍ଧାଙ୍କ ବୁଷ୍ଟର ଡୋଜ ଟୀକାକରଣ ଆରମ୍ଭ ହେଉଛି। ବୁଷ୍ଟର ଡୋଜରେ କେବଳ କୋଭିସିଲ୍ଡ ଦିଆଯିବା ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲା ADMO ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ