କଟକ: ଦେଶରେ କଳାଧନର କାରବାର ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗଠିତ ହୋଇଥିବା ଏସଆଇଟିର ଦଶମ ବୈଠକ କଟକରେ ଅନୁଷ୍ଠିତ ହୋଇଯାଇଛି । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତଙ୍କ ବାସଭବନରେ ଏହି ବୈଠକ ବସିଥିବା ବେଳେ ଏଥିରେ ଯୋଗଦେଇଥିଲେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ।
ନିର୍ବାଚନ ସମୟରେ କଳାଧନର କାରବାର ଉପରେ ରୋକ ଲାଗାଇବାକୁ ଆରମ୍ଭ ହେଲା ପ୍ରୟାସ । ଗତ ସାଧାରଣ ନିର୍ବାଚନ ସମୟରେ ଦେଶର ବିଭିନ୍ନ ରାଜ୍ୟରେ ବିପୁଳ ପରିମାଣର ଟଙ୍କା, ନିଶା ଦ୍ରବ୍ୟ ଓ ସୁନା ଅଳଙ୍କାର ଇତ୍ୟାଦି ଜବତ କରାଯାଇଥିଲା । ସେସବୁର ତଥ୍ୟ ଏସଆଇଟି ନିକଟରେ ଦାଖଲ କରିଛନ୍ତି ବିଭିନ୍ନ ବିଭାଗ । ଏହା ସହ ସେହି ମାମଲା ଗୁଡିକରେ ବର୍ତ୍ତମାନ କଣ ସ୍ଥିତି ରହିଛି ତାହା ଜାଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ।