ଓଡିଶା

odisha

ETV Bharat / state

ଅନ୍ଧାରରେ ସିଲଭର ସିଟି, 40 ଟଙ୍କାରେ ମିଳୁଛି ମହମବତୀ

କଟକ ସହରରେ 5 ଦିନ ହେଲା ଅନ୍ଧକାର ରାଜ କରୁଛି । ପ୍ରତିଟି ରାସ୍ତାରେ ଗଡି ପଡିଛନ୍ତି ବିଦ୍ୟୁତ ପୋଲ । ତେବେ ଅନ୍ଧକାରରୁ କେବେ ମୁକ୍ତି ମିଳିବ ଓ ଗରମ ଗୁଳୁଗୁଳିରୁ ରକ୍ଷା ପାଇବେ କଟକବାସୀ ସେନେଇ ଉଠିଛି ପ୍ରଶ୍ନ ।

By

Published : May 8, 2019, 10:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଝିଲିମିଲି ଆଲୁଅରେ ସବୁବେଳେ ଝଲସୁଥିବା ସିଲଭରସିଟି ଏବେ ଅନ୍ଧକାରମୟ । ବାତ୍ୟା ଫନି ପରେ ରାଜରାସ୍ତାରେ ଶୋଇ ଯାଇଛନ୍ତି ବିଦ୍ୟୁତ ଖୁଣ୍ଟ । ବାତ୍ୟା ପରର ଗରମ ଓ ଗୁଳିଗୁଳିରେ ହନ୍ତସନ୍ତ ହୋଇପଡିଛନ୍ତି କଟକବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଗତ ଶୁକ୍ରବାର ଠାରୁ ପ୍ରାୟ ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଲୁଅର ପତ୍ତା ନାହିଁ । ସେପଟେ ଅନ୍ଧାରର ଲାଭ ଉଠାଉଛନ୍ତି ବେପାରୀ । 10 ଚଙ୍କା ମହମବତୀ 40 ଟଙ୍କାରେ ବିକ୍ରି ହେଉଥିବା ବେଳେ ବିଞ୍ଚଣା ଟିଏ ବିକ୍ରି ହେଉଛି 80 ଟଙ୍କାରେ । ସେପଟେ ପ୍ରଶାସନ ପୁନରୁଦ୍ଧାର କାର୍ଯ୍ୟରେ ବିଫଳ ହୋଇଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ସାଧାରଣ ଲୋକେ ।

ତେବେ କେବେ ସିଲଭର ସିଟିରେ ଫେରିବ ଆଲୋକ ଆଉ କେବେ ଶାନ୍ତିରେ ନିଶ୍ୱାସ ନେବେ କଟକବାସୀ ତାହା ଦେଖିବାକୁ ବାକି ରହିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details