ଓଡିଶା

odisha

ETV Bharat / state

ଆଜି ହ୍ୟୁମାନଙ୍କ ଗୁମର ଖୋଲିବେ ପତ୍ନୀ ! ଆଇନଗତ ଲଢେଇ ହେବ କହିଲେ ଆଇନଜୀବୀ - କଣ୍ଠଶିଳ୍ପୀ ଦମ୍ପତି ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର

କଣ୍ଠଶିଳ୍ପୀ ଦମ୍ପତି ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦରେ ମୁହଁ ଖୋଲିଛନ୍ତି ଶ୍ରୀୟା । ହ୍ୟୁମାନଙ୍କ ପରିବାର ପକ୍ଷରୁ ହୋଇଥିବା ମିଥ୍ୟା ଅଭିଯୋଗକୁ ଦେଖି ସେ ଆଉ ଆଗକୁ ବଢିବେ ନାହିଁ । ଅଧିକ ପଢ଼ନ୍ତୁ

ହ୍ୟୁମାନ ଓ ଶ୍ରୀୟାଙ୍କ ମଧ୍ୟରେ ବିବାଦ ଆଇନଗତ ଲଢେଇରେ ପରବର୍ତ୍ତିତ ହେବ କହିଲେ ଆଇନଜିବୀ
ହ୍ୟୁମାନ ଓ ଶ୍ରୀୟାଙ୍କ ମଧ୍ୟରେ ବିବାଦ ଆଇନଗତ ଲଢେଇରେ ପରବର୍ତ୍ତିତ ହେବ କହିଲେ ଆଇନଜିବୀ

By

Published : Jan 22, 2023, 7:52 AM IST

ହ୍ୟୁମାନ ଓ ଶ୍ରୀୟାଙ୍କ ମଧ୍ୟରେ ବିବାଦ ଆଇନଗତ ଲଢେଇରେ ପରବର୍ତ୍ତିତ ହେବ କହିଲେ ଆଇନଜିବୀ

କଟକ: ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ଦମ୍ପତି ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ଚୁପ ରହିଥିବା ଶ୍ରୀୟା ଗତକାଲି ନିଜ ମୁହଁ ଖୋଲିଛନ୍ତି । ବିଶେଷ କରି ଉଭୟଙ୍କ ମଧ୍ୟରେ ଥିବା ବିବାଦର ସମାଧନ ହୋଇଯିବ ବୋଲି ସେ ଭାବୁଥିଲେ । କିନ୍ତୁ ହ୍ୟୁମାନଙ୍କ ପରିବାର ପକ୍ଷରୁ ହୋଇଥିବା ମିଥ୍ୟା ଅଭିଯୋଗକୁ ଦେଖି ସେ ଆଉ ଆଗକୁ ବଢିବେ ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ କରିଛନ୍ତି ।

ସେ ତାଙ୍କ ଏତଲାରେ ଯାହା କିଛି ଉଲ୍ଲେଖ କରିଛନ୍ତି ସବୁ ସତ ଏବଂ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରି ସେ ତାର ଖୁଲାସା କରିବେ ବୋଲି ସ୍ପଷ୍ଟ କରିଛନ୍ତି । ସେପଟେ ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ଉଭୟ ପତିପତ୍ନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏବେ ଆଇନଗତ ଲଢେଇରେ ପରବର୍ତ୍ତିତ ହେବ ବୋଲି କହିଛନ୍ତି ଆଇନଜୀବୀ ।

ହ୍ୟୁମାନ ସାଗର ଓ ଶ୍ରୀୟାଙ୍କ ମଧ୍ୟରେ ଉଠିଥିବା ବିବାଦରେ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ଶ୍ରୀୟା ମିଶ୍ର । ସେ କହିଛନ୍ତି, "କଟକ ମହିଳା ଥାନାରେ ମୁଁ ଦାୟର କରିଥିବା ଏତଲାରେ ଉଲ୍ଲେଖ ଥିବା ପ୍ରତିଟି ଅଭିଯୋଗ ସତ । ସେନେଇ ମୋ ପାଖରେ ପ୍ରମାଣ ମଧ୍ୟ ଅଛି । ମାମଲା ଥାନାକୁ ଆସିବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଦୂର ହେବ ଏବଂ ଆମେ ପୁଣିଥରେ ଏକାଠି ଜୀବନକୁ ନୂଆ କରି ଆରମ୍ଭ କରିବୁ ବୋଲି ଚିନ୍ତା କରିଥିଲି । କିନ୍ତୁ ହ୍ୟୁମାନଙ୍କ ମାଆଙ୍କ ପକ୍ଷରୁ ମୋ ମାଆଙ୍କ ଚରିତ୍ରକୁ ନେଇ ଆକ୍ଷେପ କରାଯିବା ମୋତେ ଗଭୀର ଆଘାତ ଦେଇଛି ।"

ତେବେ ରବିବାର ସେ ଡାକିଥିବା ସାମ୍ବାଦିକ ସମ୍ମିଳନୀରେ ସବୁ କିଛି କଥାକୁ ପ୍ରମାଣ ସହିତ ଉପସ୍ଥାପିତ କରିବେ ବୋଲି କହିଛନ୍ତି ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ମିଶ୍ର । ଏନେଇ ଶ୍ରୀୟା ଏକ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦେଇଛନ୍ତି ।

ପୋଲିସ ଶ୍ରୀୟାଙ୍କୁ ୨ ଦିନର ମହଲତ ଦେଇଥିବା ବେଳେ ଆସନ୍ତା ୩୦ ତାରିଖ ପରେ ଯାଇ ସେ ନିଜର ମତାମତ ପୋଲିସ ଆଗରେ ଦେବେ ବୋଲି ସୂଚନା ମିଳିଛି । ଯାହାକି ପୁରା ଘଟଣାକୁ ଏକ ଭିନ୍ନ ମୋଡ ଦେଇଛି । ଏହି ନୂଆ ମୋଡ ଆଇନଗତ ଦିଗ ଦେଇ ଗତି କରିବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ଯଦି ଏପରି ହୁଏ ତେବେ ହ୍ୟୁମାନଙ୍କ ବିରୁଦ୍ଧରେ କଟକ ମହିଳା ଥାନାରେ ଏକ ମକଦମା ରୁଜ୍ଜୁ ହେବାର ସମ୍ଭାବନାକୁ ଏଡ଼ାଇ ଦିଆ ନପାରେ ।

ହ୍ୟୁମାନଙ୍କ ବିରୋଧରେ ଶ୍ରୀୟାଙ୍କ ଏତାଲାରେ ଉଲ୍ଲେଖ ଥିବା ଅପରାଧ ଗୁଡ଼ିକୁ ଦେଖିଲେ ହ୍ୟୁମାନଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜ୍ଜୁ ହୋଇପାରେ ବୋଲି ମତ ଦେଇଛନ୍ତି ଆଇନ ବିଶାରଦ । ବିଶେଷ କରି ଯୌତୁକ ନିର୍ଯାତନା, ହତ୍ୟା ଉଦ୍ୟମ, ମାରପିଟ କରିବା ଭଳି ଦଫା ଲଗାଯାଇ ପାରେ ବୋଲି ମତ ଦେଇଛନ୍ତି ଆଇନଜୀବୀ । ମାତ୍ର ଏଭଳି ପରିସ୍ଥିତିରେ ହ୍ୟୁମାନଙ୍କ ପାଇଁ ଯଦିଓ ଅଡ଼ୁଆ ହୋଇପାରେ, ମାତ୍ର ପୋଲିସ ତାଙ୍କୁ ଥାନାରୁ ନୋଟିସ ଦେଇ ଛାଡି ପାରିବାର କ୍ଷମତା ରହିଥିବା ଆଇନଜୀବୀ ପ୍ରକାଶ କରିଛନ୍ତି ।

ତେବେ ଏହି ପାରିବାରିକ ବିବାଦକୁ ନେଇ ଶୁକ୍ରବାର ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ହ୍ୟୁମାନ ଏବଂ ତାଙ୍କ ମାଆ । ଉଭୟ ସମାଧାନ ଚାହୁଁଥିବା କହିଥିଲେ । ସମାଧାନ ପାଇଁ ହ୍ୟୁମାନ କହିଥିବାବେଳେ ଶ୍ରୀୟା ୨ ଦିନ ସମୟ ନେଇଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଯୋଡି ହେବା ନେଇ ଆଶା ରଖିଥିବା କହିଥିଲେ ହ୍ୟୁମାନଙ୍କ ମାଆ ।

ତେବେ ଧର୍ମ ପରିବର୍ତ୍ତନ ଅଭିଯୋଗ ଘଟଣାରେ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ ହ୍ୟୁମାନଙ୍କ ମାଆ ସେଫାଳି ସୁନା । ତାଙ୍କ କହିବା ଅନୁସାରେ, "ଶ୍ରୀୟା ପାଇଁ ସ୍ବତନ୍ତ୍ର ଭାବରେ ଏକ ଠାକୁର ଘର ନିର୍ମାଣ କରାଯାଇଛି । ବୋହୁ ଏବଂ ତାଙ୍କ ବାପଘର ଲୋକ ଆସିଲେ ସେଠାରେ ପୂଜା କରନ୍ତି ।" ତେବେ ସବୁ ଧର୍ମକୁ ଆମେ ସମ୍ମାନ ଦେଇଥାଉ ବୋଲି ସେଫାଳି କହିଥିଲେ । ଏହି ବିବାଦ ମାମଲାରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଯିବ ବୋଲି ହ୍ୟୁମାନ କହିଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details