ଓଡିଶା

odisha

ETV Bharat / state

ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଘଟଣା: ଜନସ୍ବାର୍ଥ ମାମଲା ରୁଜୁ - ୟେସ ବ୍ୟାଙ୍କରେ ଜାଲିଆତି

ଶ୍ରୀମନ୍ଦିରର ଫାଉଣ୍ଡେସନ ଫଣ୍ଡକୁ ୟେସ ବ୍ୟାଙ୍କରେ ରଖିବା ପ୍ରସଙ୍ଗରେ ହାଇକୋର୍ଟରେ ମଙ୍ଗଳବାର ରୁଜୁ ହୋଇଛି ଏକ ଜନସ୍ବାର୍ଥ ମାମଲା।

Shreemandir's foundation fund in yes bank, cuttack latest news, yes bank fraud case, ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଘଟଣା, ୟେସ ବ୍ୟାଙ୍କରେ ଜାଲିଆତି, କଟକ ଲାଟେଷ୍ଟ ନ୍ୟୁଜ୍‌
ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଘଟଣା: ଜନ ସ୍ବାର୍ଥ ମାମଲା ରୁଜୁ

By

Published : Mar 17, 2020, 8:44 PM IST

କଟକ: ଶ୍ରୀମନ୍ଦିରର ଫାଉଣ୍ଡେସନ ଫଣ୍ଡକୁ ୟେସ ବ୍ୟାଙ୍କରେ ରଖିବା ପ୍ରସଙ୍ଗରେ ହାଇକୋର୍ଟରେ ମଙ୍ଗଳବାର ରୁଜୁ ହୋଇଛି ଏକ ଜନସ୍ବାର୍ଥ ମାମଲା। ସମାଜସେବୀ ଆଲୋକ ମହାପାତ୍ର ଓ ଅନୁପ ମହାପାତ୍ରଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ୟେସ ବ୍ୟାଙ୍କରେ ଥିବା 590 କୋଟି ଟଙ୍କାକୁ ଜାତୀୟ ବ୍ୟାଙ୍କରେ ରଖିବା ପାଇଁ ଆବେଦନକାରୀ ମାମଲାରେ ଆବେଦନ କରିଛନ୍ତି ।

ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଘଟଣା: ଜନ ସ୍ବାର୍ଥ ମାମଲା ରୁଜୁ

ସେହିପରି ଆଇନ ଉଲ୍ଲଂଘନ କରି ୟେସ ବ୍ୟାଙ୍କରେ ଯେଉଁମାନେ ବେଆଇନ ଭାବେ ଟଙ୍କା ରଖିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳଙ୍କ ସମେତ ମୋଟ 15 ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details