ଓଡିଶା

odisha

ETV Bharat / state

ପୋଖରୀରୁ ଉଦ୍ଧାର ହେଲା ଶିବ ଲିଙ୍ଗ: ସ୍ଥାନୀୟ ଅଞ୍ଚଳରେ ପୂଜାର୍ଚ୍ଚନା ଆରମ୍ଭ - କଟକ ଖବର

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ବସନ୍ତଡିହ ଗାଁରୁ ଶିବଲିଙ୍ଗ ଉଦ୍ଧାର । ଅଧିକ ପଢନ୍ତୁ

ପୋଖରୀରୁ ଉଦ୍ଧାର ହେଲା ଶିବ ଲିଙ୍ଗ: ସ୍ଥାନୀୟ ଅଞ୍ଚଳରେ ଆରମ୍ଭ କଲେ ପୂଜାର୍ଚ୍ଚନା
ପୋଖରୀରୁ ଉଦ୍ଧାର ହେଲା ଶିବ ଲିଙ୍ଗ: ସ୍ଥାନୀୟ ଅଞ୍ଚଳରେ ଆରମ୍ଭ କଲେ ପୂଜାର୍ଚ୍ଚନା

By

Published : Mar 24, 2022, 8:59 PM IST

ନିଆଳି: ଗାଁରେ ନ ଥିଲା ଶିବ ମନ୍ଦିର ଅଚାନକ ଗାଁ ପୋଖରୀରୁ ଉଭା ହେଲେ ଶିବ ଲିଙ୍ଗ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ବସନ୍ତଡିହ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ତେବେ ଉଦ୍ଧାର ହୋଇଥିବା ଶିବଲିଙ୍ଗକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଛି ।

ପୋଖରୀରୁ ଉଦ୍ଧାର ହେଲା ଶିବ ଲିଙ୍ଗ: ସ୍ଥାନୀୟ ଅଞ୍ଚଳରେ ଆରମ୍ଭ କଲେ ପୂଜାର୍ଚ୍ଚନା

ଖବର ଅନୁଯାୟୀ, ଗାଁରେ ଶିବ ମନ୍ଦିର ନିର୍ମାଣ କରିବାକୁ ଗ୍ରାମବାସୀ ବହୁ ଚେଷ୍ଟା କରିଥିଲେ । ହେଲେ ମନ୍ଦିର ହେବା ସମ୍ଭବ ପର ହୋଇନଥିଲା । ଶେଷରେ ଗୁରୁବାର ଦିନ ସକାଳ ସମୟରେ କିଛି ପିଲା ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବାବେଳେ ଏକ ଶିବ ଲିଙ୍ଗ ପାଣିରେ ଥିବା ଦେଖିବାକୁ ପାଇଥିଲେ ।

ଏହାବି ପଢନ୍ତୁ :Municipal Election: ଶାନ୍ତି ଶୃଙ୍ଖଳା ନେଇ କଟକବାସୀଙ୍କୁ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ

ତୁରନ୍ତ ଏସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହାପରେ ଗ୍ରାମବାସୀ ପୋଖରୀରୁ ଶିବ ଲିଙ୍ଗ ଉଦ୍ଧାର କରିଛନ୍ତି । ପ୍ରାୟ ଅଢେଇ ଫୁଟ ଉଚ୍ଚର ଏହି ଶିବ ଲିଙ୍ଗ ପୋଖରୀକୁ କିପରି ଆସିଲା ତାହା ଜଣାପଡିନାହିଁ ।

କିନ୍ତୁ ଶିବ ଲିଙ୍ଗ ପାଇବା ପରେ ଗାଁରେ ମନ୍ଦିର ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କ ମନରେ ଉତ୍ସାହ ବଢିଯାଇଛି । ଶିବଲିଙ୍ଗ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଗ୍ରାମବାସୀ ପୋଖରୀ କୂଳରେ ଭିଡ ମଧ୍ୟ ଜମାଇଥିଲେ । ଖୁବଶୀଘ୍ର ଶିବ ମନ୍ଦିର ନିର୍ମାଣ କରାଯାଇ ଏହି ଶିବଲିଙ୍ଗକୁ ସ୍ଥାପନ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details