ନିଆଳି:ନିଆଳି ବ୍ଲକ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏସ.ଏଚ.ଜି ଗ୍ରୃପର ଶତାଧିକ ମହିଳାଙ୍କ ଧାରଣା । ସଭାନେତ୍ରୀ ଓ ସମ୍ପାଦକ ପରିବର୍ତ୍ତନ ନେଇ ଧାରଣା ଦେଇଛନ୍ତି ମହିଳା। ତେବେ ସମସ୍ୟା ସମାଧାନ ନହେଲା ଯାଏଁ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଏସଏଚଜି ମହିଳା ।
ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ବ୍ଳକ ପୂର୍ବଖଣ୍ତ ଗ୍ରାମର ତୋଟା ସାହି ଓ କୁଆଁରୀ ସାହିରେ ୧୧ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି । ତେବେ ଏହି ୧୧ଟି ମହିଳା ଏସ୍ଏଚ୍ଜି ଗ୍ରୁପକୁ ନେଇ ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ନିଯୁକ୍ତି ହେବା କଥା । କିନ୍ତୁ ୧୧ଟି ଏସଏଚଜି ମହିଳା ଗ୍ରୁପ ମଧ୍ୟରୁ ୧୦ ଟି ଗ୍ରୁପକୁ ଅନ୍ଧାର ରଖି ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ନିଯୁକ୍ତି କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଧାରଣାରତ ୧୦ଟି ଗ୍ରୁପର ମହିଳା ଗୋଷ୍ଠୀ। ଏନେଇ ନିଆଳି ବ୍ଳକ ବିଡ଼ିଓ ଓ ସିଡିପିଓଙ୍କୁ ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ପରିବର୍ତ୍ତନ ନେଇ ବହୁ ପୂର୍ବରୁ ଲିଖିତ ଅଭିଯୋଗ ହୋଇଥିଲା। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ ।
ଏହା ମଧ୍ୟ ପଢନ୍ତୁୃ-ପୋଲିସ ତୁଳନରା ଦରମାରେ ପାର୍ଥକ୍ୟ: ଧାରଣାରେ ଅଗ୍ନିଶମ ବିଭାଗ କର୍ମଚାରୀ