ଓଡିଶା

odisha

ETV Bharat / state

ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ - consensual physical relationship is not rape

ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବାକୁ ଦୁଷ୍କର୍ମ ଭଳି ଅପରାଧ ଭାବେ ବିବେଚନା କରାଯାଇ ପାରିବ ନାହିଁ ବୋଲି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ (orissa high court on marriage promise) । ଅଧିକ ପଢନ୍ତୁ

orissa high court on marriage promise
ବିବାହ ପ୍ରତିଶ୍ରୁତି ନେଇ ହାଇକୋର୍ଟଙ୍କ ରାୟ

By

Published : Jan 8, 2023, 1:18 PM IST

କଟକ:ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ଓ ପରେ ଉଭୟ ବିବାହ ନ କରିବା ଅନେକ ଘଟଣା ଆମ ନଜରକୁ ଆସିଛି । ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିଲେ ତାହାକୁ ଦୁଷ୍କର୍ମ ଭଳି ଅପରାଧ ଭାବେ ବିବେଚନା କରାଯାଇ ପାରିବ ନାହିଁ ବୋଲି ରାୟ ଶୁଣାଇଛନ୍ତି ଓଡିଶା ହାଇକୋର୍ଟ ( high court on false promise of marriage) ।

ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଲେ ତାହାକୁ ଦୁଷ୍କର୍ମ ଭାବେ ଅପରାଧ ବିବେଚନା କରାଯାଇ ପାରିବ ନାହିଁ । ମହିଳା ମାନେ ସ୍ବଇଚ୍ଛାରେ ସମ୍ପର୍କ ରଖିଥିବା କ୍ଷେତ୍ରରେ ଦୁଷ୍କର୍ମ ଆଇନ ବ୍ୟବହାର ଅନୁଚିତ ବୋଲି କୋର୍ଟ କହିଛନ୍ତି । ଏହି ଉଦବେଗଜନକ ପ୍ରସଙ୍ଗରେ ବହୁ ଅଭିଯୋଗକାରୀ ସାମାଜିକ ଅନଗ୍ରସର ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଏବଂ ଗ୍ରାମାଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ପୁରୁଷମାନେ ଶାରୀରିକ ସମ୍ପର୍କ ରଖୁଛନ୍ତି । ତେବେ ଦୁଷ୍କର୍ମ ସମ୍ପର୍କିତ ଆଇନ ଅଧିକାଂଶ କ୍ଷେତ୍ରରେ ପୀଡିତାଙ୍କ ଦୁର୍ଦ୍ଦଶାକୁ ଏଡାଇବାରେ ସଫଳ ହୋଇପାରୁନାହିଁ । ଆଇପିସିର ୩୭୫ ଧାରା ଅନୁସାରେ ପୀଡିତାଙ୍କ ସହିତ ଘଟିଥିବା ନିର୍ଦ୍ଦିଷ୍ଟ ଯୌନ ନିର୍ଯାତନା ପ୍ରସଙ୍ଗକୁ ଦୁଷ୍କର୍ମ ଅପରାଧ ପରିସର ଭୁକ୍ତ କରାଯାଇଛି । କିନ୍ତୁ ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖିବା ଘଟଣା ଏହାର ଅନ୍ତର୍ଭୁକ୍ତ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ଏହା ବି ପଢନ୍ତୁ...ଚଳିତ ବର୍ଷ ଓଡିଶା ହାଇକୋର୍ଟର ବଢିଛି କେସ କ୍ଲିୟରାନ୍ସ ହାର, ୧,୩୬୫୯୯ଟି ମାମଲା ସାମାଧାନ

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବାକୁ ଦୁଷ୍କର୍ମ ଭାବେ ଗ୍ରହଣ କରିବା ତ୍ରୁଟିପୂର୍ଣ୍ଣ ବୋଲି ଜଷ୍ଟିସ ସଞ୍ଜୀବ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟରେ ଉଲ୍ଲେଖ କରିଛନ୍ତି । ଏକ ଦୁଷ୍କର୍ମ ମାମଲାରେ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ । ଏହା ସହ ଆବେଦନକାରୀ ଅଭିଯୁକ୍ତକୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପାଇଁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାମିନରେ ଯିବା ପରେ ଅଭିଯୁକ୍ତ ତଦନ୍ତରେ ସହଯୋଗ କରିବେ ଏବଂ ପୀଡିତାଙ୍କୁ ଧମକ ଦେବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ହାଇକୋର୍ଟ ।

ମାମଲାର ବିବରଣୀ ଅନୁଯାୟୀ ଜଣେ ପୀଡିତାଙ୍କୁ ବିବାହ ପ୍ରତିଶୃତି ଦେଇ ଅଭିଯୁକ୍ତ ୨୦୨୦ ଜାନୁଆରୀ ୧୨ରେ ସାଙ୍ଗରେ ନେଇ ଭୁବନେଶ୍ୱର ଯାଇଥିଲା । ସେଠାରେ ଅଭିଯୁକ୍ତ ପୀଡିତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । କିଛିଦିନ ପରେ ସେ ପୀଡିତାଙ୍କୁ ଛାଡି ପଳାଇଥିଲା । ଖବର ପାଇ ପୀଡିତାଙ୍କ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କାରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଆଇପିସିର ଧାରା ୩୪୪,୩୭୬(୨)(ଏନ),୫୦୬,୧୦୯ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନିମ୍ନ ଅଦାଲତରେ ଜାମିନ ଖାରଜ ପରେ ଅଭିଯୁକ୍ତ ଜାମିନ ପାଇଁ ହାଇକୋର୍ଟରେ ଦ୍ୱାରସ୍ତ ହୋଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details