ଓଡିଶା

odisha

ETV Bharat / state

ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ପଞ୍ଚାୟତବାସୀ, ତୁରନ୍ତ ସମାଧାନ ପାଇଁ ଦାବି - ରାଜଧାନୀ ଉପକଣ୍ଠ କୁରୁଞ୍ଜିପୁର ପଞ୍ଚାୟତ

ରାଜଧାନୀ ଉପକଣ୍ଠ କୁରୁଞ୍ଜିପୁର ପଞ୍ଚାୟତରେ ପିଇବା ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ । ଟ୍ରାନ୍ସଫର୍ମର ୬ ଦିନ ହେବ ଅଚଳ ହେବାପରେ ପଇବା ପାଣି ଯୋଗାଣ ବନ୍ଦ । ଅଧିକ ପଢ଼ନ୍ତୁ

କୁରୁଞ୍ଜିପୁର ପଞ୍ଚାୟତରେ ପିଇବା ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ
କୁରୁଞ୍ଜିପୁର ପଞ୍ଚାୟତରେ ପିଇବା ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ

By

Published : May 12, 2023, 4:58 PM IST

କୁରୁଞ୍ଜିପୁର ପଞ୍ଚାୟତରେ ପିଇବା ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ

ନିଆଳି:ମୁଣ୍ଡଫଟା ତାତିରେ ସିଝୁଛି ଖୋର୍ଦ୍ଧା । ଅସହ୍ୟ ଗରମରେ ଖୋର୍ଦ୍ଧା ତଥା ରାଜଧାନୀ ଉପକଣ୍ଠ ବାଲିପାଟଣାରେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । କୁରୁଞ୍ଜିପୁର ପଞ୍ଚାୟତର ବସନ୍ତମାଳ ପ୍ରକଳ୍ପ ଆଜକୁ ୬ ଦିନ ହେଲା ଅଚଳ ହୋଇ ପଡିଛି । ବସନ୍ତମାଳ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ବସିଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ଗତ ୭ ତାରିଖରୁ ପୋଡି ଯିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ଉକ୍ତ ପ୍ରକଳ୍ପଟି ବାଲିପାଟଣା ବ୍ଲକ ଅଧୀନରେ ଥିବା ବେଳେ ଲାଇନ ସଂଯୋଗ ନିମାପଡା ବିଦ୍ୟୁତ ବିଭାଗ ଅଧୀନରେ ଅଛି । ବକେୟା ବିଲ୍‌ ପଇଠ ହୋଇନଥିବାରୁ ଟ୍ରାନ୍ସଫର୍ମର ବସିବାରେ ବିଳମ୍ୱ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳର ୪ଟି ୱାର୍ଡ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଗ୍ରାମବାସୀ ଆଭିଯୋଗ କରିଛନ୍ତି, "କୁରୁଞ୍ଜିପୁର ପଞ୍ଚାୟତର ଓରିସ, ଓଡ଼ଖଣ୍ଡ, ବସନ୍ତମାଳ, ନାଗଶେଣି, ଦଳିତ ସାହି ଓ ନାୟକ ସାହିର ପ୍ରାୟ ୩ ହଜାର ଜନ ସାଧାରଣ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ସେହିପରି ସରକାରୀ ନଳ କୂପରୁ ପାଣି ବାହାରୁ ନାହିଁ । ଯେଉଁଠି ନଳ କୂପରୁ ପାଣି ବାହାରୁଛି ତାହା ଲୌହ ମିଶ୍ରିତ ଯୋଗୁଁ ବ୍ୟବହାର ଅନୁପଯୋଗୀ ।ପାଣି ବୁନ୍ଦାଏ ପାଣି ଘଣ୍ଟାଘଣ୍ଟା ଧାଡ଼ିରେ ରହିବାକୁ ପଡୁଛି । ଏହାସହ ଅନ୍ୟ ପଞ୍ଚାୟତ ଯାଇ ପାଣି ଆଣିବାକୁ ପଡୁଛି । ଗ୍ରୀଷ୍ମ ପ୍ରଭାବରେ ନଦୀନାଳ ଶୁଖିଯାଇଥିବା ବେଳେ ପାଣିରସ୍ଥର ମଧ୍ଯ କମି ଯାଇଛି ଫଳରେ ବହୁବାର କଳ ମରିବା ଦ୍ବାରା ଗୋଟିଏ ଗରା ପଣି ଭର୍ତ୍ତି ହୋଇ ପାରୁଛି । ପଞ୍ଚାୟତ ତରଫରୁ ପାଣି ଯୋଗ ଯାଉଥିବା ବେଳେ ଏହା ସମୁଦ୍ରକୁ ଶଙ୍ଖେ । ତୁରନ୍ତ ପାନୀୟ ଜଳ ପ୍ରକଳ୍ପ ଅଚଳ ଅବସ୍ଥାକୁ ଦୂର କରାଯାଉ ।"

ଅନ୍ୟପକ୍ଷରେ ବଦଳା ଶାସନ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ନେଇ ଜନ ଅସନ୍ତୋଷ ଦେଖା ଯାଇଛି । ଉକ୍ତ ପ୍ରକଳ୍ପ ଅଧୀନ ପଣ୍ଡୁଆ ସାହି ଓ ପଞ୍ଚବାଟିଆ ଗ୍ରାମର ପ୍ରାୟ ୮୦ ଘର ପାଣି ପାଇ ପାରୁନାହାଁନ୍ତି । ଶେଷ ମୁଣ୍ଡରେ ଗାଁଗୁଡିକ ଥିବା ହେତୁ ପାଣି ପହଞ୍ଚୁନଥିବା ଅଭିଯୋଗ ହୋଇଛି । ଫଳରେ ଉତ୍ୟକ୍ତ ଗ୍ରାମବାସୀ ପ୍ରକଳ୍ପରେ ଗତ ୮ ତାରିଖରୁ ତାଲା ପକାଇ ପ୍ରତିବାଦ କରିଛନ୍ତି । ତେଣୁ ସ୍ଥାନୀୟ ଅଞ୍ଚଳର ବଦଳା ଶାସନ, କଳା ମାଟି, ଦଳିତ ସାହିର ଶତାଧିକ ପରିବାର ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମାଧାନ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details