ନିଆଳି: ନିଆଳିରେ ବିଜେପିର ମିଶ୍ରଣ ପର୍ବ । ବିଜେଡ଼ିକୁ ମାତ ଦେବା ପାଇଁ ବିଜେପି ଆରମ୍ଭ କଲାଣି ରଣକୌଶଳ । କଟକ ଜିଲ୍ଲା ପୂର୍ବ ଗୋବିନ୍ଦପୁର ଏବଂ ବର୍ତ୍ତମାନ ନିଆଳି ନିର୍ବାଚନ ମଣ୍ଡଳୀ ପୂର୍ବରୁ କଂଗ୍ରେସର ଗଡ଼ ରହିଥିବାବେଳେ ବର୍ତ୍ତାମାନ ବିଜେଡି ଗଡରେ ପରିଣତ ହୋଇଛି । ୨୦୦୯ ମସିହାରୁ ଲଗାତର ଭାବରେ ବିଜେଡ଼ି ହାତରେ ରହିଛି । ୨୦୦୦ ମସିହାରୁ କେବଳ ଥରୁଟିଏ କଂଗ୍ରେସ ବିଜୟୀ ହୋଇଛି । ଏହାରି ଭିତରେ ବିଜେପି ଖାତା ଖୋଲି ପାରିନାହିଁ । ୨୦୨୪ରେ ନିଆଳିରେ ପଦ୍ମ ଫୁଟାଇବା ପାଇଁ ରଣକୌଶଳ ଆରମ୍ଭ କରିଛି ଦଳ । ଏଥିପାଇଁ କଟକ ଜିଲ୍ଲା ନିଆଳି ବ୍ଳକ ରାଣିଓଳା ପଞ୍ଚାୟତ ବରିଣଷ ଠାରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଗଦେଇ ବିଜେଡି ସରକାରଙ୍କୁ ବିଭିନ୍ନ ଯୋଜନାର ଛନ୍ଦିବା ସହିତ ଚିଟଫଣ୍ଡ ଠକେଇ କଥା ଉଠାଇ ଚାର୍ଗେଟ କରିଥିଲେ । ସେ କହିଥିଲେ,"ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳ ଯୋଜନା, ମାଗଣା ଚାଉଳ ଯୋଜନା, ଚାଷୀ ସମସ୍ୟା, ଜଳ ସେଚନ ସମସ୍ୟା, ଧାନ ମଣ୍ଡି ସମସ୍ୟା ଏମିତି ଅନେକ ସମସ୍ୟା ଛନ୍ଦି ହୋଇଛି ଓଡିଶା । ବିଜେଡି ହଟିବ ବିଜେପି ଆସିବ ଓଡିଶା ବିକଶିତ ହେବ ।"
ଏହା ମଧ୍ୟ ପଢନ୍ତୁ.....ସାଇବର କ୍ରାଇମର ଶିକାର ସୁବାସ ସିଂ, ଅଫିସିଆଲ ଫେସବୁକ୍ ଆକାଉଣ୍ଟ ହ୍ୟାକ୍