ଓଡିଶା

odisha

ETV Bharat / state

ଅଫେରା ରାଇଜରେ ଅରିନ୍ଦମ, ଶୋକ ସାଗରରେ ସଭିଁଏ - ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର

ଅଫେରା ରାଇଜରେ ଅରିନ୍ଦମ ଦାସ, କର୍ତ୍ତବ୍ୟନିଷ୍ଠକୁ ମନେପକାଇଲେ ବରିଷ୍ଠ ସାମ୍ବାଦିକ । ବାତ୍ୟାର ଲ୍ୟାଣ୍ଡିଂ ସ୍ଥାନରୁ ଦର୍ଶକକୁ ଦିଅନ୍ତି ଟିକିନିଖି ଅପଟେଡ । ଯାହା ସାମ୍ବାଦିକତା ପ୍ରତି ଥିବା ତାଙ୍କ କର୍ତ୍ତବ୍ୟନିଷ୍ଟ ଏବଂ ଦାୟିତ୍ବବୋଧତାର ନିଦର୍ଶନ। ଅଧିକ ପଢନ୍ତୁ...

senior reporter arindam das dead reaction by senior journalist manaranjan mishra
ଅଫେରା ରାଇଜରେ ଅରିନ୍ଦମ, ସମସ୍ତେ ଝୁରି ହେଲେ ବ୍ୟାକୁଳ

By

Published : Sep 24, 2021, 7:36 PM IST

କଟକ: ଅଫେରା ରାଇଜରେ ଅରିନ୍ଦମ ଦାସ । ନିଜର ସାହାସୀ ଓ ନିର୍ଭିକ ସାମ୍ବାଦିକତା ପାଇଁ ଆଜି ତାଙ୍କୁ ଝୁରୁଛି ସାରା ଓଡ଼ିଶା। ଅକାଳ, ଅଦିନରେ ଆଖି ବୁଜିଛନ୍ତି ଓଡିଶା ଗଣମାଧ୍ୟମ ଜଗତର ଲୋକପ୍ରିୟ ନିର୍ଭୀକ ସାମ୍ବାଦିକ ଅରିନ୍ଦମ ଦାସ । ତାଙ୍କର ଅକାଳ ବିୟୋଗ ପରେ କଟକ ଜିଲ୍ଲାପାଳ ଓ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର ଦୁଃଖ ପ୍ରକାଶ କରିଛନ୍ତି ।

ଅଫେରା ରାଇଜରେ ଅରିନ୍ଦମ, ସମସ୍ତେ ଝୁରି ହେଲେ ବ୍ୟାକୁଳ

ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର ଅରିନ୍ଦମଙ୍କ ଅକାଳ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଅରିନ୍ଦମ ନିଜ କର୍ମ ପ୍ରତି ସବୁବେଳେ କର୍ତ୍ତବ୍ୟନିଷ୍ଠ । ଗଣମାଧ୍ୟମରେ କାମ କରିବାବେଳେ ତାଙ୍କ ଭଳି ରିପୋର୍ଟଂ ବେଶ କମ ଲୋକ କରିପାରନ୍ତି । ସେ ବନ୍ୟା ବାତ୍ୟା ହେଉ କି ଫାଇଲିନ ହେଉ ବା ହୁଡହୁଡ । ବାତ୍ୟାର ଲ୍ୟାଣ୍ଡିଂ ସ୍ଥାନରୁ ଦର୍ଶକକୁ ଦିଅନ୍ତି ଟିକିନିଖି ଅପଟେଡ । ଯାହା ସାମ୍ବାଦିକତା ପ୍ରତି ଥିବା ତାଙ୍କ କର୍ତ୍ତବ୍ୟନିଷ୍ଠ ଏବଂ ଦାୟିତ୍ବବୋଧତା । ତାଙ୍କ ପାଖରେ କୌଣସି ସମୟ ନାହିଁ ସେ ଯେତେବେଳେ ମଧ୍ୟ ରିପୋର୍ଟିଂ କରୁଥିଲା । ସେ ଅପରାଧ ଓ ବନ୍ୟପ୍ରାଣୀ ସାମ୍ବାଦିକତା ପ୍ରତି ରୁଚି ରଖୁଥିଲେ। ସେ ଲୋକଙ୍କୁ ବେଶ ସହାୟତା ମଧ୍ୟ କରିଛନ୍ତି । ସେ ଦୁର୍ଘଟଣା ହେଉ ଅବା ଅନ୍ୟ କୌଣସି ଘଟଣା ସମୟରେ ଲୋକଙ୍କୁ ସହାୟତାର ହାତ ବଢାଇଥାନ୍ତି । ତାଙ୍କ ଭଲି ରିପୋର୍ଟରେ ଓଡିଶାରେ ବିରଳ । ଯାହା ସେ ସାମ୍ବାଦିକତା ପ୍ରତି ନିଜକୁ ତ୍ୟାଗ କରି ଯାଇଛନ୍ତି ତାହା ଆଜି ଆମପାଇଁ ଆଦର୍ଶ ବୋଲି କହିଛନ୍ତି ।

କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ କହିଛନ୍ତି ଯେ କଟକର ମୁଣ୍ଡଳୀ ବ୍ୟାରେଜରେ ହାତୀ ଫସିଥିବା ଘଟଣାରେ ଓଡ୍ରାଫରେ ବୋଟ ଭାସିଯାଇ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏସସିବିରେ ମୃତ ଘୋଷଣା ହେଲା ପରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ମରଶରୀରକୁ ଭୁବନେଶ୍ବର ଓ ପରେ ପରେ ବାସଭବନକୁ ନେବାର ଯୋଜନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଅନ୍ୟଜଣେ କ୍ୟାମେରାମ୍ୟାନ ଗୁରୁତର ଅବସ୍ଥାରେ ଆଇସିୟୁରେ ରହିଛନ୍ତି । ଣ୍ଡୁଳିରେ ଡ଼ଙ୍ଗା ବୁଡି ସମୁଦାୟ 5 ଜଣ ଏସସିବିରେ ଭର୍ତ୍ତି ହୋଇଥିଲେ। ସେଥି ମଧ୍ୟରୁ ଅରିନ୍ଦମ ଦାସଙ୍କ ଦେହାନ୍ତ ହୋଇଥିଲା ବେଳେ ଅନ୍ୟ 4 ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତେବେ ଆଉ ଜଣେ ଓଡ୍ରାଫ ଟିମର ସଦସ୍ୟ ଏବେବି ନିଖୋଜ ରହିଥିବା ନେଇ ଜଣାପଡିଛି।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details