କଟକ: ପରଲୋକରେ ଓଲିଉଡ଼ର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନି । ମୃତ୍ୟୁ ବେଳକୁ ୮୫ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ବହୁ ଓଡ଼ିଆ ଓ ବଲିଉଡ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ନିଜ ବାସଭବନ ବକ୍ସିବଜାର ଠାରେ ତାଙ୍କର ପରଲୋକ ଘଟିଛି।
ନିଦ ଭରା ରାତି,ନୁପୁର ମୁଁ କାହିଁକି ବାନ୍ଧିଲି, ମୁଁ ତୁମକୁ ଭଲପାଏ ଲୁଚି ଲୁଚିକା,ଗଙ୍ଗା ହେ କୁଅଁ, ଆଦି ସଙ୍ଗୀତରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।