କଟକ: ସୁପ୍ରିମକୋର୍ଟରେ ରୁଜୁ ହୋଇଛି ଏସଏଲପି (special leave petition) । ଏସଏଲପିରେ ହାଇକୋର୍ଟଙ୍କ ଜାଲ ନିର୍ଦ୍ଦେଶନାମା ଦାୟର ହୋଇଛି । ଲୋକାୟୁକ୍ତଙ୍କ ପକ୍ଷରୁ ୬ ପୃଷ୍ଠାର ଜାଲ ନିର୍ଦ୍ଦେଶନାମା ଦାଖଲ ହୋଇଛି । ଏଭଳି ନିର୍ଦ୍ଦେଶନାମା ହାଇକୋର୍ଟ ପ୍ରଦାନ କରିନାହାନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ । ପ୍ରଦୀପ ପାଣିଗ୍ରାହୀ ମାମଲାରେ ଏପରି ସ୍ପଷ୍ଟୀକରଣ ରଖିଛନ୍ତି ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ।
୨୦୨୦ ନଭେମ୍ବର ୨୯ରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଲୋକାୟୁକ୍ତଙ୍କ ନିକଟରେ ଏହା ଥିଲା ପ୍ରଥମ ମାମଲା । ୯ ଡ଼ିସେମ୍ବରରେ ଭିଜିଲାନ୍ସ ପକ୍ଷରୁ ଅଭିଯୋଗ କରାଗଲା । ଜଣେ ଡ଼ିଏସପି ରଞ୍ଜନ ଦାଶ ଏହି ଅଭିଯୋଗ କରିଥିଲେ । ଜଣେ ଅଭିଯୋଗକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଗଲା । ହାଇକୋର୍ଟରେ ଏହା ରଦ୍ଦ ହେଲା । ଲୋକାୟୁକ୍ତ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ। ଲୋକାୟୁକ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଜାଲିଆତି କରିଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ପିତାମ୍ବର ଆଚାର୍ଯ୍ୟ । ଏହାକୁ ନେଇ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଏହା ସହ ଲୋକାୟୁକ୍ତ ଆଇନର ବିରୁଦ୍ଧାଚରଣ କରି ଏଭଳି କାର୍ଯ୍ୟ କରିଛନ୍ତି ସରକାର । ଏଠାରେ ନିରପେକ୍ଷ ତଦନ୍ତର ଆଶା କରାଯାଉନାହିଁ । ତେଣୁ ଏହି ମାମଲାକୁ ରଦ୍ଦ କରାଯାଉ ବୋଲି ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।