କଟକ: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ସରିବ ପ୍ରଚାର କାର୍ଯ୍ୟ । ଏହି ଆସନକୁ ହାତେଇବା ପାଇଁ ବିଭିନ୍ନ ଦଳୀୟ ନେତା, ମନ୍ତ୍ରୀ ଜୋରଦାର ପ୍ରଚାର ଚଳାଇଛନ୍ତି । ଆସନ୍ତା 20ରେ ଏହି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଶାନ୍ତିଶୃଙ୍ଖଳାର ନିର୍ବାଚନକୁ ଶେଷ କରିବାକୁ ଜିଲ୍ଲାରେ ବ୍ୟାପକ ପୋଲିସ ନିୟୋଜିତ କରାଯାଇଛି ।
ପାଟକୁରା ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି - ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ସରିବ ପ୍ରଚାର କାର୍ଯ୍ୟ
ଗୁରୁବାର ସନ୍ଧ୍ୟାରେ ସରିବ ପାଟକୁରାରେ ନିର୍ବାଚନ ପ୍ରଚାର । ଆସନ୍ତା 20ରେ ଏହି ଆସନ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନକୁ ଶେଷ କରିବା ପାଇଁ ନିର୍ବାଚନମଣ୍ଡଳୀରେ ବ୍ୟାପକ ପୋଲିସ ନିୟୋଜିତ କରାଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ଏଥିପାଇଁ ନିର୍ବାଚନ ମଣ୍ଡଳୀରେ 4 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି । ପାଟକୁରାର ସମ୍ବେଦନ ଓ ଅତି ସମ୍ବେଦନଶୀଳ ବୁଥ ଉପରେ କଡା ନଜର ରଖାଯାଇଛି । ପୋଲିସ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଇଭିଏମ ଗୁଡିକର ସୁରକ୍ଷା ପାଇଁ ସୁରକ୍ଷାକର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ତେବେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହେବ ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ