ଓଡିଶା

odisha

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ କଟକଣା, ଆଶା ଆଶଙ୍କାରେ ଭକ୍ତ

By

Published : Nov 1, 2022, 5:11 PM IST

Updated : Nov 1, 2022, 5:45 PM IST

ଝୁଲା ପୋଲରେ ଧବଳେଶ୍ବର ପୀଠକୁ ଯାଇ ପାରିବେନି ଭକ୍ତ । ଏନେଇ ଅନିର୍ଦ୍ଦିଷ୍ଟ କାଳ ଯାଏଁ କଟକଣା ଜାରି କରିଛି ପ୍ରଶାସନ । ଧବଳେଶ୍ୱର ପୀଠରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ୧୪୪ ଧାରା । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ଅଧିକ ପଢନ୍ତୁ

ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ କଟକଣା
ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ କଟକଣା

କଟକ:ଝୁଲା ପୋଲରେ ଧବଳେଶ୍ବର ପୀଠକୁ ଯାଇ ପାରିବେନି ଭକ୍ତ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ ଲାଗୁ ହେଲା କଟକଣା । ଏଣୁ ଝୁଲା ପୋଲରେ ଯାଇ ଧବଳେଶ୍ବରଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ । ଗୁଜୁରାଟର ମୋର୍ବିରେ ଝୁଲାପୋଲ ଭୁଶୁଡିବା ପରେ ଧବଳେଶ୍ବର ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ବର୍ତ୍ତମାନ କାର୍ତ୍ତିକ ମାସ ଥିବାରୁ ମନ୍ଦିରକୁ ଅଧିକ ଭକ୍ତଙ୍କ ସମାଗମ ହେଉଛି । ତେଣୁ ପୀଠକୁ ସଂଯୋଗ କରିଥିବା ଝୁଲା ପୋଲଟି ଅତି ଖରାପ ଅବସ୍ଥାରେ ରହିଛି । କିଛି ଅଘଟଣ ଘଟିବା ପୂର୍ବରୁ ଯାତାୟତ ଉପରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟିନୀ ।

ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ କଟକଣା

ସେହିପରି ଡଙ୍ଗା ଦ୍ୱାରା ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଦର୍ଶନ କରାଇବା ସମ୍ଭବପର ନୁହେଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ତେବେ ଏହି ନିର୍ଦ୍ଦେଶନାମା ଯୋଗୁଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧବଳେଶ୍ବର ପିଠକୁ ଶ୍ରଦ୍ଧାଳୁଙ୍କ ଯିବା ଉପରେ କଟକଣା ଲଗାଯାଇଛି । ବଡ଼ କଥା ହେଉଛି ଆଗକୁ ଧବଳେଶ୍ବରଙ୍କ ପ୍ରସିଦ୍ଧ ବଡ଼ ଓଷା ପର୍ବ ପାଳିତ ହେବାକୁ ଥିବାରୁ ଚଳିତବର୍ଷ ବଡ ଓଷାରେ ଧବଳେଶ୍ବରଙ୍କୁ ଭକ୍ତଙ୍କ ଦର୍ଶନ କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଗତ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ ପଞ୍ଚୁକରେ ମନ୍ଦିରରୁ ପ୍ରବେଶ କରିପାରିନଥିଲେ ଭକ୍ତ, ଚଳିତ ବର୍ଷ ପଞ୍ଚୁକରେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆଶା ରଖିଥିବା ବେଳେ ଏହି କଟକଣା ଲାଗିବା ପରେ ଦୁଃଖ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଧବଳେଶ୍ବର ପୀଠରେ ୧୪୪ ଧାରା, ଝୁଲା ପୋଲ ଦେଇ ଯାତାୟାତ ବନ୍ଦ

ଆଠଗଡ ଧବଳେଶ୍ବର ପୀଠକୁ ସଂଯୋଗ କରିଥିବା ଝୁଲା ପୋଲରେ କଳଙ୍କି ଲାଗଥିବା ଯୋଗୁଁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ୧୬ ବର୍ଷ ପୁରୁଣା ଏହି ପୋଲର ଜରୁରୀ ମରାମତି ଆବଶ୍ୟକତା ରହିଛି । ଫଳସ୍ବରୂପ ମୁମ୍ବାଇ ଓ କଲିକତାରୁ ପୋଲର ଯାଞ୍ଚ ପାଇଁ ଆସିଥିବା ଟେକନିକାଲ ଟିମ ଏହି ପୋଲରେ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଆଡଭାଇଜରୀ ଜାରି କରିଛନ୍ତି । ଏପରିକି ପରବର୍ତ୍ତି ଆଡଭାଇଜରୀ ପର୍ଯ୍ୟନ୍ତ ପୋଲ ଉପରେ ଯାତାୟତକୁ ବନ୍ଦ ରଖିବା ପାଇଁ ମଧ୍ୟ ଟେକନିକାଲ ଟିମ ପ୍ରଶାସନକୁ ଅବଗତ କରିଛି । ଫଳସ୍ବରୂପ ଟେକନିକାଲ ଟିମର ଆଡଭାଇଜରୀ ପରେ କଟକ ଜିଲ୍ଲା ପ୍ରଶାସନ ଧବଳେଶ୍ବର ପିଠରେ ୧୪୪ ଧାରା ଜାରି କରିଛନ୍ତି । ଯାହା ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

ଇଟିଭି ଭାରତ, କଟକ

Last Updated : Nov 1, 2022, 5:45 PM IST

ABOUT THE AUTHOR

...view details