ଓଡିଶା

odisha

ETV Bharat / state

କାର୍ତ୍ତିକ ଦ୍ବିତୀୟ ସୋମବାର: ଖାଁ ଖାଁ ଧବଳେଶ୍ବର ପୀଠ, 144 ଧାରା ଜାରି - ଧବଳେଶ୍ବର ପୀଠ

କାର୍ତ୍ତିକ ମାସର ଦ୍ଵିତୀୟ ସୋମବାରରେ ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି କରିଛି ଆଠଗଡ଼ ପ୍ରଶାସନ । ଅଧିକ ପଢନ୍ତୁ....

ଆଜି କାର୍ତ୍ତିକ ମାସର ଆଜି ଦ୍ୱିତୀୟ ସୋମବାର, ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି
ଆଜି କାର୍ତ୍ତିକ ମାସର ଆଜି ଦ୍ୱିତୀୟ ସୋମବାର, ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି

By

Published : Nov 1, 2021, 10:30 AM IST

Updated : Nov 1, 2021, 11:58 AM IST

କଟକ:ଆଜି କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର । କିନ୍ତୁ ଖାଁ ଖାଁ ଧବଳେଶ୍ବର ପୀଠ । ଭିଡକୁ ଦୃଷ୍ଟିରେ ରଖି ଆଜି କଟକ ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି କରିଛି ଆଠଗଡ଼ ପ୍ରଶାସନ । ଭୋର ୪ଟାରୁ ଏହା ଜାରି ହୋଇଥିବା ବେଳେ ରାତି ୧୦ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ଏହି ସମୟରେ ପୂର୍ବ ନିର୍ଦ୍ଧାରିତ ରୀତିନୀତି ଜାରି ରହିବା ନେଇ ପୂଜକ ସମିତି ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

କାର୍ତ୍ତିକ ଦ୍ବିତୀୟ ସୋମବାର: ଖାଁ ଖାଁ ଧବଳେଶ୍ବର ପୀଠ, 144 ଧାରା ଜାରି

ତେବେ ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଆଖି ଆଗରେ ରଖି ସମସ୍ତ କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପୀଠକୁ ଆସିବାକୁ ବାରଣ କରାଯାଇ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି । ପ୍ରଥମ ସୋମବାର ମଧ୍ୟ ୧୪୪ ଧାରା ଜାରି କରାଯାଇଥିଲା । ଅନ୍ୟପଟେ ପୂଜକ ସମିତି ପକ୍ଷରୁ ଭୋର୍ ୪ଟାରୁ ପହଡ ଖୋଲାଯିବା ପରେ ସୁବାସିତ ୧୦୮ ଜଳରେ ମହାଦେବଙ୍କୁ ସ୍ନାନ ପରେ ମଙ୍ଗଳଆଳତୀ, ସକାଳ ଧୂପ, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 1, 2021, 11:58 AM IST

ABOUT THE AUTHOR

...view details