ଓଡିଶା

odisha

By

Published : Feb 26, 2023, 2:27 PM IST

ETV Bharat / state

ସରିଲା ସର୍ବଭାରତୀୟ ଫେନ୍ସିଂ ମୁକାବିଲା, ଓଡ଼ିଶା ଟିମର ଉତ୍କର୍ଷ ପ୍ରଦର୍ଶନ

ଚାରି ଦିନ ବ୍ୟାପୀ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଖେଲୋ ଇଣ୍ଡିଆ ମହିଳା ଓ ଫେନସିଂ ରାଙ୍କିଙ୍ଗ ପ୍ରତିଯୋଗିତା ଆଜି ଶେଷ ହୋଇଛି । ଅଧିକ ପଢନ୍ତୁ

womens fencing league
womens fencing league

womens fencing league

କଟକ:ଶେଷ ହେଲା ସର୍ବଭାରତୀୟ ମହିଳା ରାଙ୍କିଙ୍ଗ ଫେନ୍ସିଂ ପ୍ରତିଯୋଗିତା । କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ 4 ଦିନ ବ୍ୟାପି ଏହି ଦ୍ୱିତୀୟ ଖେଲୋ ଇଣ୍ଡିଆ ମହିଳା ଓ ଫେନ୍ସିଂ ରାଙ୍କିଙ୍ଗ ପ୍ରତିଯୋଗିତା ଆଜି ଶେଷ ହୋଇଛି । ଏହି ମେଗା କ୍ରୀଡା ଆୟୋଜନରେ ଓଡିଶାରୁ 15 ଜଣ ଓଡ଼ିଆ ରାଙ୍କିଙ୍ଗ ଖେଳାଳି ନିଜର ଦମ ଦେଖାଇଛନ୍ତି ।

ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ଟିମ ବେଶ ଭଲ ପ୍ରଦର୍ଶନ କରିଛି । ଯାହା ଆଗମୀ ଦିନରେ ମେଗା ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ରାଜ୍ୟ ଫେନସିଂ ସଂଘ । ଏହାସହ ରାଜ୍ୟ ସରକାର ଆଗମୀ ଦିନରେ ଏହି କ୍ରୀଡାର ବିକାଶ ପାଇଁ ଏକାଡ଼େମି ନିର୍ମାଣ ଓ ନୂତନ କୋଚ ମୁତୟନ ହେବା ନେଇ ଯୋଜନା କରୁଛନ୍ତି ବୋଲି କହିଛନ୍ତି ରାଜ୍ୟ ସଂଘ କର୍ମକର୍ତ୍ତା । ରାଜ୍ୟ ଫେନ୍ସିଂ ସଂଘ, ଖେଲୋ ଇଣ୍ଡିଆ, ସାଇ ଓ ଭାରତୀୟ ଫେନସିଂ ସଂଘର ମିଳିତ ଉଦ୍ୟମରେ ଏହି ମେଗା ଆୟୋଜନ କଟକରେ ଅନୁଷ୍ଠିତ ହୋଇଥିଲା । ସର୍ବ ଭାରତୀୟସ୍ତରରୁ 270ରୁ ଊର୍ଦ୍ଧ୍ବ ଖେଳାଳି ଏହି ମେଗା ପ୍ରତିଯୋଗିତାରେ ଭାଗ ନେଇଥିଲେ । 3ଟି ଇଭେଣ୍ଟ ଓ କ୍ୟାଡେଟ, ଜୁନିୟର ସିନିୟର ବର୍ଗରେ ଅନୁଷ୍ଠିତ ହୋଇଥିଲା କଡା଼ ମୁକବିଲା । ତେବେ ଏହି ମୁକାବିଲାରେ ଓଡିଶାରୁ ଭାଗ ନେଇଥିବା ସମସ୍ତ ଖେଳାଳି ବେଶ ଭଲ ପ୍ରଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Mann Ki Baat: କେନ୍ଦ୍ରାପଡାର କମଳା ମହାରଣାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ, ଦେଶ ଜାଣିଲା କମଳାଙ୍କ କାରିଗରୀ

ଗତ ଜାତୀୟ ରାଙ୍କିଙ୍ଗରେ ପୁଅ ଟିମରେ ଶ୍ରେଷ୍ଠ 8 ଦଳ ଥିଲା ଓଡିଶା । ସେହିପରି ମହିଳା ଵର୍ଗରେ ବର୍ତ୍ତମାନ 16 ନମ୍ବର ରାଙ୍କରେ ରହିଛି ଓଡିଶା ଟିମ୍ । ତେବେ ଏହି ରଙ୍କିଙ୍ଗ ପ୍ରତିଯୋଗିତାରେ ଓଡିଶାରୁ 15 ଜଣ ଖେଳାଳି ଭାଗ ନେଇ ବେଶ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଛନ୍ତି। । ପୂର୍ବରୁ ଝିଅ ବର୍ଗରେ 2 ରୁ 3 ଜଣ ରାଙ୍କିଙ୍ଗ ତାଲିକାରେ ଅନ୍ତର୍ଭୁକ୍ତ ହେଉଥିଲେ । କିନ୍ତୁ ବର୍ତ୍ତମାନ 15 ଖେଳାଳି ଏହି ରେସରେ ସାମିଲ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଗର୍ବର ବିଷୟ । ତେବେ ଏହି ପ୍ରତିଯୋଗିତାରେ ବିଜୟୀଙ୍କୁ ଆର୍ଥିକ ପୁରସ୍କାର ଦିଆଯାଇଛି । ବର୍ତ୍ତମାନ ଓଡିଶା କ୍ରୀଡା ଦିଗରେ ବ୍ୟାପକ ଅଗ୍ରଗତି କରିଥିଲା ବେଳେ ଆଗମୀ ଦିନରେ ଏପରି ମେଗା କ୍ରୀଡା ଆୟୋଜନ କରାଯିବ ବୋଲି କହିଛନ୍ତି ରାଜ୍ୟ ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details