ଓଡିଶା

odisha

ETV Bharat / state

ସ୍କୁଲ ଫି ହ୍ରାସ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ସତ୍ୟପାଠର ଜବାବ ରଖିଲେ ଆବେଦନକାରୀ - petitioner responded government's affidavit

ଓଡ଼ିଶା ହାଇକୋର୍ଟରେ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠର ଆବେଦନକାରୀ ପ୍ରତିଜବାବ ରଖିଛନ୍ତି । ଅଧିକ ପଢନ୍ତୁ...

School Fee Reduction Issue: The petitioner responded to the state government's affidavit
ସ୍କୁଲ ଫି ହ୍ରାସ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ସତ୍ୟପାଠର ଜବାବ ରଖିଲେ ଆବେଦନକାରୀ

By

Published : Dec 7, 2020, 3:12 PM IST

କଟକ: ଓଡ଼ିଶା ହାଇକୋର୍ଟରେ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠର ଆବେଦନକାରୀ ପ୍ରତିଜବାବ ଦାଖଲ କରିଛନ୍ତି । ରାଜ୍ୟ ସରକାର କରିଥିବା ଏମଓୟୁ ଅନୁଯାୟୀ ଅଦାଲତ ନିଷ୍ପତ୍ତି ନେବାକୁ ହାଇକୋର୍ଟରେ ଆଡଭୋକେଟ ଜେନେରାଲ ଯୁକ୍ତି ବାଢିଥିଲେ । ତେବେ ଆସନ୍ତା 10 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି।

ସ୍କୁଲ ଫି ହ୍ରାସ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ସତ୍ୟପାଠର ଜବାବ ରଖିଲେ ଆବେଦନକାରୀ

ରାଜ୍ୟରେ ସ୍କୁଲ ଫି ପରିଚାଳନା ପାଇଁ କୌଣସି ଆଇନ ନଥିବା କୋର୍ଟ ଗତ 2 ତାରିଖରେ ସ୍ପଷ୍ଟ କରିଥିଲେ। ଏ ସଂକ୍ରାନ୍ତରେ ସ୍ବାକ୍ଷରିତ ହୋଇଥିବା ଏମଓୟୁ ଅନୁଯାୟୀ ନିଷ୍ପତ୍ତି ନେବାକୁ ଗତ ସେପ୍ଟେମ୍ବର 10 ତାରିଖରେ ରାଜ୍ୟ ସରକାର ପୁନଶ୍ଚ ମତ ଦୋହରାଇଥିଲେ । ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟରେ ଗତ ନଭେମ୍ବର 23 ତାରିଖରେ ଶୁଣାଣି ହୋଇଥିବାବେଳେ ରାଜ୍ୟ ସରକାରଙ୍କର ଘରୋଇ ସ୍କୁଲ ଉପରେ ଅଧିକାର ଅଛି କି ନାହିଁ ଓ କୋରୋନା ପାଇଁ ଫି କମାଯିବା ସଂପର୍କରେ ରାଜ୍ୟ ସରକାରଙ୍କର ଅଭିମତକୁ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଅଭିଭାବକ ମହାସଙ୍ଘ ସତ୍ୟପାଠ ମାଧ୍ୟମରେ ଦର୍ଶାଇଥିଲେ ଯେ, ପଞ୍ଜାବ ଓ ହରିଆନା ସରକାରଙ୍କ ପକ୍ଷରୁ ସ୍କୁଲ ଫି କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ରାଜସ୍ଥାନ ସରକାର ୪୦ ପ୍ରତିଶତ ଫି କମାଇବା ସହ ସମସ୍ତ ଆନୁଷଙ୍ଗିକ ଚାର୍ଜ କମାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଏ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ ଅବିଭାବକ ସଙ୍ଘ ସହ ଏମଓୟୁ କରିଥିବାବେଳେ ସେହି ଏମଓୟୁ ଅନୁଯାୟୀ ହାଇକୋର୍ଟ ନିର୍ଦ୍ଦେଶନାମା ଦିଅନ୍ତୁ ବୋଲି ମତାମତ ରଖିଥିଲେ ଗଣଶିକ୍ଷା ବିଭାଗ।

ଓଡିଶା ଅଭିଭାବକ ମହାସଂଘ କୋରୋନା ପାଇଁ ଘରୋଇ ବିଦ୍ୟାଳୟଗୁଡିକର ଫି ଛାଡ଼ କରିବାକୁ ହାଇକୋର୍ଟରେ ମାମଲା ରୁଜୁ କରିଛି। ସାତୋଟି ସ୍ଲାବରେ ଫି ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ପ୍ରସ୍ତାବ ରଖିଥିଲେ। ଗତ ସେପ୍ଟେମ୍ବର ୧ ତାରିଖରେ ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ଏହାର ଅପୋଷ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ, ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ ସଂଘ ଓ ଅଭିଭାବକ ମହାସଂଘର ମିଳିତ ବୈଠକ ଆୟୋଜନ ହୋଇଥିଲା। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ କିଛି ପ୍ରତିଶତ ସ୍କୁଲ ଫି କମାଇଦେବାକୁ ସ୍କୁଲ ଗୁଡିକୁ ଅନୁରୋଧ କରିଥିଲେ।

ତେବେ ବୈଠକରେ ସକରାତ୍ମକ ଆଲୋଚନା ହେବା ସହ ବୈଠକରେ ବାହାରିଥିବା ନିର୍ଯ୍ୟାସକୁ ନେଇ ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟ ଉପସ୍ଥାପିତ ହୋଇଥିଲା । ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ସରକାର କରିଥିବା ଏମଓୟୁ ଅନୁଯାୟୀ, ବାର୍ଷିକ ୬ ହଜାର ଫି ଦେଉଥିବା ଛାତ୍ରଛାତ୍ରୀଙ୍କର କୌଣସି ଛାଡ଼ ହେବନାହିଁ। ୬ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ୭.୫ ପ୍ରତିଶତ, ୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ, ୨୪ ହଜାରରୁ ୪୮ ହଜାର ପର୍ଯ୍ୟନ୍ତ ୧୫ ପ୍ରତିଶତ, ୪୮ ହଜାରରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଓ ୧ ଲକ୍ଷରୁ ଅଧିକ ଫି ଥିଲେ ୨୬ ପ୍ରତିଶତ ଫି କମାଇଦେବାକୁ ସରକାର ଚୁକ୍ତି କରିବା ସହ ଗତ ସେପ୍ଟେମ୍ବର ୨୯ ତାରିଖରେ ଏ ନେଇ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details