କଟକ:କଟକର ଖାନନଗର ସ୍କୁଲରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ବିଜ୍ଞାନ ମେଳା । ଏନେଇ ଏହି ବିଜ୍ଞାନ ମେଳା ଉଦଘାଟନ ଅବସରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସ୍କୁଲ ବିଜ୍ଞାନ ମେଳା ନାମକୁ ମାତ୍ର । ସରକାର ଏଣିକି ଏଭଳି ଆୟୋଜନର ଗୁରୁତ୍ବ କିଭଳି ରହିବ ଓ ଉଚିତ ଅର୍ଥରେ ପିଲାମାନେ କିଭଳି ବୈଜ୍ଞାନିକ ଚିନ୍ତାଧାରା ଧାରଣ କରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ମନ୍ତ୍ରୀ କହିଛନ୍ତି ।
କେବଳ ସେତିକି ନୁହେଁ ବିଭାଗୀୟ ମନ୍ତ୍ରୀ କହୁ କହୁ କହିଦେଲେ 'ସାହୁ କହିଛି, ପାଚିଲା ଧାନରେ ମଇ ଦେଉଛି' । ତେବେ ଏହି ନ୍ୟାୟରେ ଚାଲିଛି ପିଲାଙ୍କ ଭିତରେ ଵିଜ୍ଞାନ ସମ୍ମତ ଜ୍ଞାନ ବଢାଇବା ପାଇଁ ବିଜ୍ଞାନ ପ୍ରଦର୍ଶନୀ । କଟକର ଖାନନଗର ସ୍କୁଲରେ ଆୟୋଜିତ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଏହା କହିଛନ୍ତି ଶିକ୍ଷା ମନ୍ତ୍ରୀ ସମୀର ଦାସ । ସେପଟେ ଦାୟିତ୍ବରେ ଥିବା ବିଜ୍ଞାନ ମେଳା ସୁପରଭାଇଜର କହିଛନ୍ତି, "ମନ୍ତ୍ରୀ ଏହା କଥା ଛଳରେ କହିଛନ୍ତି । ବାସ୍ତବତା କଣ ସାମ୍ବାଦିକମାନେ ନିଜେ ଦେଖୁଛନ୍ତି ।