କଟକ: ଦୁଇ ନିର୍ଦ୍ଦିଷ୍ଟ ୱେବ ଗଣ ମାଧ୍ୟମ ନାଁ ରେ ମଙ୍ଗଳବାଗ ଥାନାରେ ଏତଲା । ମାମଲା ଦାୟର କରିଛନ୍ତି ଏସସିବି ମେଡିକାଲର ନର୍ସିଂ ଷ୍ଟାଫ । ତେବେ ବିଗତ କିଛି ଦିନ ମଧ୍ୟରେ ଓ୍ବେବର ଦୁଇ ଗଣମାଧ୍ୟମ ତାଙ୍କ ଚ୍ୟାନେଲରେ ନର୍ସିଂ ଷ୍ଟାଫଙ୍କୁ ନିଚା ଦେଖାଇ ଥିବା ନେଇ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ମାମଲା ଦାୟର ହୋଇଛି ।
ୱେବ ଚ୍ୟାନେଲ ନାଁରେ ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଏସସିବି ନର୍ସିଂ ଷ୍ଟାଫ ତେବେ ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ନର୍ସିଂ ସେବା ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସର୍ବଦା ପ୍ରଶଂସା କରିଥାନ୍ତି । ହେଲେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ବୋଲାଉ ଥିବା ଏଇ ଦୁଇ ୱେବ ଗଣ ମାଧ୍ୟମ ନର୍ସ ମାନଙ୍କ ସମ୍ମାନକୁ ବାହାରେ ପକାଇଥିବା ଅଭିଯୋଗ ହୋଇଛି । ଯାହା କେବେବି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ନର୍ସିଂ ଷ୍ଟାଫ ।
ରାତି ଦିନ ଏକ କରି ସ୍ବାସ୍ଥ୍ୟ ସେବା ଯୋଗାଉଛୁ ଆମେ । ହେଲେ ନିଜ ଚ୍ୟାନେଲରେ ଏପରି ନିନ୍ଦନୀୟ ଦିଗ ଉପରେ ନର୍ସ ମାନଙ୍କୁ ଆକ୍ଷେପ କରିବା ଅନୁଚିତ । ଯାହା ଆମର ପରିବାର ଓ କର୍ମକ୍ଷେତ୍ରରେ ମଧ୍ୟ ପ୍ରଭାବ ପକାଇଛି । ଯଦି ଏହି ଦିଗରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନକରାଯାଏ ତେବେ ଆଗମୀ ଦିନରେ ଆଇନର ଆଶ୍ରୟ ନେବା ନିଶ୍ଚୟ ବୋଲି କହିଛନ୍ତି ଏସସିବିରେ କାର୍ଯ୍ୟରତ ନର୍ସିଂ ଷ୍ଟାଫ ।
ଏନେଇ ଏସିବି ମେଡିକାଲ ନର୍ସିଂ ଷ୍ଟାଫ ଶ୍ରୀମତି ସାହୁ କହିଛନ୍ତି , " ନିର୍ଦ୍ଦିଷ୍ଟ ଓ୍ବେବ ଚ୍ୟାନେଲରେ ଆମକୁ ନିନ୍ଦା କରାଯାଇଛି । ଏହା ଦ୍ବାରା ଆମର ସମାଜରେ ସାମାଜିକ ପ୍ରତିଷ୍ଠା କ୍ଷୁଣ୍ଣ ହୋଇଛି । ଆମର ପରିବାରରେ ମଧ୍ୟ ଏନେଇ ଅଶାନ୍ତି ସୃଷ୍ଟି ହେଇଛି । ଏନେଇ ଆମେ ଥାନାରେ ଏତଲା ଦେଇଛୁ ।"
ଇଟିଭି ଭାରତ, କଟକ