ଓଡିଶା

odisha

ETV Bharat / state

ରାଜ୍ୟରେ ଉପର ମୁହାଁ କୋରୋନା, ମୁକାବିଲା ପାଇଁ SCBରେ ମକଡ୍ରିଲ - କୋରୋନା ମୁକାବିଲା ପାଇଁ SCBରେ ମକଡ୍ରିଲ

ରାଜ୍ୟରେ ପୁଣି ଉପର ମୁହାଁ କୋରୋନା ସଂକ୍ରମଣ । କୋଭିଡ ମୁକାବିଲା ପାଇଁ କଟକ ବଡ଼ ମେଡିକାଲରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ଏସସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

covid mock drill in scb medical
କୋରୋନା ମୁକାବିଲା ପାଇଁ SCBରେ ମକଡ୍ରିଲ

By

Published : Apr 10, 2023, 6:41 PM IST

କୋରୋନା ମୁକାବିଲା ପାଇଁ SCBରେ ମକଡ୍ରିଲ

କଟକ: ପୁଣି ଚିନ୍ତା ବଢ଼ାଇଲାଣି କୋରୋନା । ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକି ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି, ତଥାପି ଏହାକୁ ନେଇ ସେତେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ବିଭିନ୍ନ ରାଜ୍ୟରେ ଏଥିପାଇଁ ସଜାଗ ରହିବାକୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ କୋରୋନାକୁ ଦୃଷ୍ଟିରେ କଟକ ଏସସିବି ମେଡ଼ିକାଲରେ ଆଗୁଆ ପ୍ରସ୍ତୁତି କରାଯାଇଥିବା କୁଳସଚିବ କହିଛନ୍ତି ।

କଟକ ବଡ଼ ମେଡିକାଲରେ କୋଭିଡ ନେଇ ମକଡ୍ରିଲ କରାଯାଇଛି । ଏହି ସମୟରେ ଏସସିବି କୋଭିଡ ହସ୍ପିଟାଲର ସ୍ଥିତି ଓ ଭିତ୍ତିଭୂମି ସମ୍ପର୍କିତ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି," ତଥ୍ୟ ମୁତାବକ ବର୍ତ୍ତମାନ ଏସସିବିରେ 20ଟି ସଜ୍ୟା ବିଶିଷ୍ଟ ଗୋଟିଏ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ରହିଛି । ଏହି ହସ୍ପିଟାଲରେ 2ଟି ICU ବେଡ଼ର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହାଛଡା 24 ଘଣ୍ଟିଆ ଖୋଲା ରହୁଥିବା ଫିବର କ୍ଲିନିକ ବି କାର୍ଯ୍ୟକ୍ଷମ ରହିଛି । ଆଜି (ସୋମବାର) ଅପରାହ୍ନ ସୁଦ୍ଧା ଜଣେ ମାତ୍ର କୋଭିଡ ରୋଗୀ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ପ୍ରତି ସିଫ୍ଟରେ 2 ଜଣ ଡାକ୍ତର, ନର୍ସ 2 ଜଣ ଓ ପାରାମେଡିକାଲ ଷ୍ଟାଫ୍‌ ନିୟୋଜିତ ହୋଇଛନ୍ତି । ରୋଗୀ ସଂଖ୍ୟା ବୃଦ୍ଧି ପାଇଲେ ଡାକ୍ତର ଓ ପରାମେଡିକାଲ ଷ୍ଟାଫଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ।"

ପୂର୍ବରୁ ପ୍ରତିଦିନ ଦେଢ଼ ହଜାର କୋଭିଡ ଟେଷ୍ଟ କରାଯାଉଥିବା ବେଳେ ଏବେ ଅଧିକ ସଂଖ୍ୟକ ଟେଷ୍ଟ କରାଯିବା ଉପରେ ଗୁରୁତ୍ବ ଦିଆଯାଉଥିବା ଏସସିବି କୁଳସଚିବ କହିଛନ୍ତି । ଏଥିପାଇଁ 24 ଘଣ୍ଟିଆ ଟେଷ୍ଟ ସୁବିଧା ଉପଲବ୍ଧ କରାଯାଇଛି । ଟେଷ୍ଟ ପାଇଁ ଆବଶ୍ୟକ ହେଉଥିବା ପର୍ଯ୍ୟାପ୍ତ ପରିମାଣର ଟେଷ୍ଟିଂ କିଟ୍ ମହଜୁଦ ରଖାଯାଇଛି । ଏହା ବ୍ୟତୀତ କୋଭିଡ ରୋଗୀଙ୍କ ପାଇଁ ଔଷଧ ଓ ଅକ୍ସିଜେନ ମଧ୍ୟ ମହଜୁଦ ରଖାଯାଇଛି । ରୋଗୀ ସଂଖ୍ୟା ବଢିଲେ ଉଭୟ ଔଷଧ ଓ ଅକ୍ସିଜେନ ଆମଦାନୀ ମଧ୍ୟ ବୃଦ୍ଧି କରାଯିବ । ସେହିପରି କୋଭିଡ ହସ୍ପିଟାଲ ଦାୟିତ୍ବରେ ଜଣେ ଡାକ୍ତରଙ୍କୁ ସୁପରଭାଇଜିଂ ନିୟୋଜିତ କରାଯାଇଛି । ତେବେ ଜଣେ ଡାକ୍ତରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଥିବା ଏସସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପୂର୍ବ ଅଭିଜ୍ଞତାକୁ ନେଇ କୋରୋନାରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କୁ ଚିକିତ୍ସା କରାଯିବ । ଯାହାଦ୍ବାରା ସମସ୍ତଙ୍କୁ ଏହା ସହାୟକ ହେବ ବୋଲି ଡ. ଅବିନାଶ ରାଉତ କହିଛନ୍ତି ।

ଟିଭି ଭାରତ, କଟକ

ABOUT THE AUTHOR

...view details