କଟକ:ରାଜ୍ୟରେବୃଦ୍ଧି ପାଉଛି କରୋନା ସଂକ୍ରମଣ । ଓଡିଶାରେ ଉପରମୁହାଁ ହେଉଛି କରୋନା ଗ୍ରାଫ୍ । ଏନେଇ କଟକ SCB ପକ୍ଷରୁ ଏଥିପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏସସିବିରେ ଖେଲାଯାଇଛି ଫିବର କ୍ଲିନିକ(Fever Clinic) । ଏସସିବିରେ ଖୋଲିଛି ଫିବର କ୍ଲିନିକ । ସଂକ୍ରମଣ ବୃଦ୍ଧି ନେଇ ଜିଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।
ସାମନ୍ୟ ଜ୍ଵର ହେଲେ ବି ଫିଭର କ୍ଲିନିକରେ ଟେଷ୍ଟ ପାଇଁ ନିବେଦନ କରିଛି ଏସସିବି ମେଡିକାଲ । ଏହାସହ ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏସିବି ମେଡିକାଲ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି । ଏହାସହ ୨ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରଖାଯାଇଛି । ଯେଉଁଥିରେ ୧୩ଟି ଆଇସିୟୁ ବେଡ଼ ସହ ୧୦୦ଟି ସାଧାରଣ ବେଡ଼ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସେହିପରି ସାମାନ୍ୟ ଜ୍ୱର ଲକ୍ଷଣ ଥିବା ରୋଗୀମାନଙ୍କ ପାଇଁ ଫିଭର କ୍ଲିନିକରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।